ସହାୟକ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, ୧୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସହାୟକ ଜିଲ୍ଲାପାଳମାନଙ୍କର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ ଓ ଅନ୍ୟ ବରିଷ୍ଠ
ସହାୟକଜିଲ୍ଲାପାଳଙ୍କସମୀକ୍ଷାବୈଠକ ।


କେନ୍ଦ୍ରାପଡ଼ା, ୧୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସହାୟକ ଜିଲ୍ଲାପାଳମାନଙ୍କର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ବିଭାଗରେ ଦାୟିତ୍ୱରେ ଥିବା ସହାୟକ ଜିଲ୍ଲାପାଳମାନେ ସେମାନଙ୍କର ଅଧିନରେ ଥିବା କାର୍ଯ୍ୟଗୁଡ଼ିକୁ ସମୟସୀମା ଭିତରେ ସମାପ୍ତ କରି ଜିଲ୍ଲାକୁ ଆଗେଇନେବା ପାଇଁ ସମୀକ୍ଷା କରାଯାଇଥିଲା। ତାଙ୍କ ବିଭାଗ ଅଧୀନରେ ଥିବା ଯୋଜନାଗୁଡ଼ିକୁ ସମୟସୀମା ମଧ୍ୟରେ ସାରିବା ଓ ବିଭିନ୍ନ ଅଭିଯୋଗ ପତ୍ରଗୁଡ଼ିକର କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜନସାଧାରଣଙ୍କୁ ସେବା ଯୋଗାଇବା ସହିତ ସେମାନଙ୍କର କାର୍ଯ୍ୟଗୁଡିକୁ ତ୍ୱରିତ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande