ସମନ୍ୱିତ କ୍ଲଷ୍ଟର ବିକାଶ ଓ ଜୀବିକା ପ୍ରୋତ୍ସାହନ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ସମନ୍ୱିତ କ୍ଲଷ୍ଟର ବିକାଶ ଓ ଜୀବିକା ପ୍ରୋତ୍ସାହନ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ସମନ୍ୱିତ କ୍ଲଷ୍ଟର ବିକାଶ ଓ ଜୀବିକା ପ୍ରୋତ୍ସାହନ ସମ୍ପର୍କିତ  ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ସମନ୍ୱିତ କ୍ଲଷ୍ଟର ବିକାଶ ଓ ଜୀବିକା ପ୍ରୋତ୍ସାହନ ସମ୍ପର୍କିତ  ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ସମନ୍ୱିତ କ୍ଲଷ୍ଟର ବିକାଶ ଓ ଜୀବିକା ପ୍ରୋତ୍ସାହନ ସମ୍ପର୍କିତ  ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ସମ୍ବଲପୁର, ୧୧, ଅକ୍ଟୋବର (ହି.ସ.) - ସମ୍ବଲପୁର ଜିଲ୍ଲାରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ପାଳନ ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ଼ କରି ଜୀବିକା ନିର୍ବାହର ସୁଯୋଗ ବୃଦ୍ଧି ନିମନ୍ତେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଏସଏମସି କମିଶନର ରେହାନ ଖେତ୍ରୀ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର ପ୍ରମୁଖ ସମୀକ୍ଷା କରିଥିଲେ। ବୈଠକର ମୁଖ୍ୟ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ୫,୦୦୦ ଜଣ ସମନ୍ୱିତ (ଇଣ୍ଟିଗ୍ରେଟେଡ୍) ଚାଷୀଙ୍କୁ ପ୍ରସ୍ତୁତ କରିବା, କ୍ଲଷ୍ଟର ଭିତିକ ଉତ୍ପାଦନକୁ ବାଣିଜ୍ୟିକ ମୋଡ଼ରେ ପରିଣତ କରିବା, ଫସଲ ବିବିଧକରଣ ଏବଂ ସୁସଂଗଠିତ ବଜାର ସଂଯୋଗୀକରଣ (ମାର୍କେଟ୍ ଲିଙ୍କେଜ୍) ଜରିଆରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଉଦ୍ୟାନ କୃଷି ବିଭାଗର ସମୀକ୍ଷା ଅବସରରେ ଜିଲ୍ଲାର ପ୍ରମୁଖ ଫଳ ଓ ମସଲା ଚାଷର ପରିସଂଖ୍ୟାନ ଉପରେ ଆଲୋଚନା କରାଯାଇଥିଲା। ଫୁଲ ଚାଷକୁ କ୍ଲଷ୍ଟର ଫାର୍ମିଂରେ ରୂପାନ୍ତରିତ କରିବା ପାଇଁ ପଲି ହାଉସ୍ ଚାଷର ପ୍ରଚଳନ ଏବଂ ଉତ୍ପାଦନ ବୃଦ୍ଧି ପରିବର୍ତେ ବ୍ୟବସାୟିକ କ୍ଲଷ୍ଟର ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାଂସଦ ଶ୍ରୀ ପ୍ରଧାନ କ୍ଲଷ୍ଟର ଫୁଲ ଚାଷର ଆର୍ôଥକ ଆକଳନ (ନେଟ୍ ୱର୍ଥ) ନିରୂପଣ କରିବା, କମ୍ କୀଟନାଶକ ବ୍ୟବହାର କରି ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ଏବଂ ଜଳବାୟୁ ପରିବର୍ତନକୁ ପ୍ରତିରୋଧ କରିପାରୁଥିବା କୃଷି ମଡେଲ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଉତ୍ପାଦିତ ସାମଗ୍ରୀର ଆର୍ôଥକ ମୂଲ୍ୟ ସଂଯୋଜନ, ଗୁଣାତ୍ମକ ପ୍ୟାକେଜିଂ ଏବଂ ମାର୍କେଟିଂ କୌଶଳ ପ୍ରସ୍ତୁତି ପାଇଁ ଦୃଷ୍ଟିକୋଣ ରଖାଯାଇଛି। କୃଷି ବିଭାଗ ପକ୍ଷରୁ ହୀରାକୁଦ ଜଳାଶୟ, ଉର୍ବର ମୃତିକା ଏବଂ ଉତମ ଯୋଗାଯୋଗ ଭିତିଭୂମିକୁ ଆଧାର କରି ମୁଗ, ସୋରିଷ ଓ ଅନ୍ୟାନ୍ୟ ଫସଲର କ୍ଲଷ୍ଟର ଚାଷ ତଥା ସମନ୍ୱିତ କୃଷି ପ୍ରଣାଳୀର ପ୍ରସାର ଉପରେ ରଣନୀତି ପ୍ରସ୍ତୁତ ହୋଇଛି। ଯୁବ ଓ ପ୍ରତିଭାଶାଳୀ କାର୍ଯ୍ୟକାରୀ ଗୋଷ୍ଠୀଙ୍କ ସହଯୋଗରେ ବିଭିନ୍ନ ବିଭାଗର ସମନ୍ୱୟ ରକ୍ଷାକରି ଯୋଜନା ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନଙ୍କୁ ଚାଷୀଙ୍କ ସଂଖ୍ୟା, ଉତ୍ପାଦନର ପରିମାଣ ଏବଂ ଏହାର ଅର୍ଥନୈତିକ ମୂଲ୍ୟର ସଠିକ୍ ଆକଳନ କରିବାକୁ କୁହାଯାଇଛି। ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ୫,୦୦୦ ଜଣ ସମନ୍ୱିତ ଚାଷୀଙ୍କୁ ଚିହ୍ନଟ କରି ତାଲିକାଭିକ୍ତ କରାଯିବା ସହ ସେମାନଙ୍କୁ ସରକାରୀ ଯୋଜନାର ସୁଫଳ, କ୍ରପ୍ ଡାଇଭର୍ସିଫିକେସନ୍ ଏବଂ ମାର୍କେଟ୍ ଲିଙ୍କେଜ୍ ଜରିଆରେ ସହାୟତା ଯୋଗାଇ ଦିଆଯିବ। ପ୍ରାଣୀ ସମ୍ପଦ ବିଭାଗୀୟ ଆଲୋଚନାରେ ପଶୁଗଣନା, ଦୁଗ୍ଧ ବିକାଶ ଯୋଜନାର କାର୍ଯ୍ୟକାରିତା, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ନୂତନ ପଦକ୍ଷେପ, ପଶୁ ସ୍ୱାସ୍ଥ୍ୟ ସେବା ଏବଂ ବଜାର ସମୀକ୍ଷା ଉପରେ ବିଚାରବିମର୍ଶ ହୋଇଥିଲା। ସେହିପରି ମତ୍ସ୍ୟ ବିଭାଗ ଅଧୀନରେ ଗୋଷ୍ଠୀ ଭିତିକ ଅନ୍ତର୍ଦେଶୀୟ ମତ୍ସ୍ୟଚାଷ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାଗୀଦାରୀ, ବାୟୋଫ୍ଲୋକ୍, ରାଇସ୍-ଫିସ୍ କ୍ଲଷ୍ଟର, ସମନ୍ୱିତ ଆକ୍ୱା ପାର୍କ, ରଙ୍ଗୀନ ମାଛ ଚାଷ, ଶୀତଳ ଭଣ୍ଡାର ଏବଂ ମାଛ ପ୍ରସେସିଂ ପଏଂଟ ସ୍ଥାପନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ଗୁରୁତ୍ୱାରୋପ କରାଯାଇଛି। ଉକ୍ତ ବୈଠକରେ ବ୍ଲକ ଉନ୍ନୟନ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande