ଛିଣ୍ଡାନଈ ସାହିତ୍ୟ ସଂସଦର ଶୁଭ୍ରାଶ୍ରୀ ପତ୍ରିକାର ୧୭ତମ ସଂସ୍କରଣ ଉନ୍ମୋଚିତ
ସାହିତ୍ୟ ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠରେ ମୁଖରିତ ହେଲା ସାରସ୍ୱତ ଆସର ଜୟପୁର, ୧୧ ଅକ୍ଟୋବର(ହି.ସ.) – ଛିଣ୍ଡାନଈ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଓ ସୃଜନଶୀଳତାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ‘ଶୁଭ୍ରାଶ୍ରୀ’ ପତ୍ରିକାର ୧୭ତମ ସଂସ୍କରଣ ଉନ୍ମୋଚନ ଅବସରରେ ଏକ ସାରସ୍ୱତ ସମାରୋହ ଆୟୋଜିତ
ଛିଣ୍ଡାନଈ ସାହିତ୍ୟ ସଂସଦର ‘ଶୁଭ୍ରାଶ୍ରୀ’ ପତ୍ରିକାର ୧୭ତମ ସଂସ୍କରଣ ଉନ୍ମୋଚିତ  ସାହିତ୍ୟ ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠରେ ମୁଖରିତ ହେଲା ସାରସ୍ୱତ ଆସର


ସାହିତ୍ୟ ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠରେ ମୁଖରିତ ହେଲା ସାରସ୍ୱତ ଆସର

ଜୟପୁର, ୧୧ ଅକ୍ଟୋବର(ହି.ସ.) – ଛିଣ୍ଡାନଈ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଓ ସୃଜନଶୀଳତାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ‘ଶୁଭ୍ରାଶ୍ରୀ’ ପତ୍ରିକାର ୧୭ତମ ସଂସ୍କରଣ ଉନ୍ମୋଚନ ଅବସରରେ ଏକ ସାରସ୍ୱତ ସମାରୋହ ଆୟୋଜିତ ହୋଇଥିଲା।

ପ୍ରଥମ ଅଧିବେଶନରେ କୃଷ୍ଣଚନ୍ଦ୍ର ହୋତା ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ଡ. ସଦାଶିବ ତ୍ରିପାଠୀ ବେଦ ମନ୍ତ୍ର ଉଚ୍ଚାରଣ କରି କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ବିଦ୍ୟୁତପ୍ରଭା ପଟ୍ଟନାୟକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସାହିତ୍ୟର ବଳିଷ୍ଠ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଯୁଗଳ କିଶୋର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବର୍ତମାନ ସମୟର ସାହିତ୍ୟ ଓ ସମାଜ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ଡିଆଇଇଟିର ଅଧ୍ୟକ୍ଷା ଶ୍ରୀମତୀ ମମତା କୁମାରୀ ଝୋଡ଼ିଆ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଡ. ସୁଧାଂଶୁ ଶେଖର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଓଡ଼ିଆ ଭାଷା ସୁରକ୍ଷା ପାଇଁ ବ୍ରତୀ ପାଇଁ ଆହ୍ୱାନ ଦେଇଥିଲେ। ସଂସଦର ସମ୍ପାଦକ ଶ୍ରୀ ଯୁଧିଷ୍ଠିର ମଲ୍ଲିକ କାର୍ଯ୍ୟକ୍ରମର ସମ୍ପାଦନା କରିଥିବାବେଳେ ସମ୍ପାଦକୀୟ ବିବରଣୀ ପାଠ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଶ୍ରୀ ଆଲୋକ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସାହିତ୍ୟ ଜଗତରେ ନିଜସ୍ୱ ଅବଦାନ ପାଇଁ କବି ଜଳଧର ସ୍ୱାଇଁ, ସୁସାହିତ୍ୟିକ ପରୀକ୍ଷିତ ସାହୁ ଏବଂ ବରିଷ୍ଠ ସାହିତ୍ୟିକ ନଳିନୀ ରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟିକମାନଙ୍କର ସୃଜନଶୀଳତା ଓ ସାହିତ୍ୟ ପ୍ରତି ଅବଦାନକୁ ସ୍ୱୀକୃତି ଦେବାରେ ଏହି ସମ୍ବର୍ଦ୍ଧନା ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା।

ଦ୍ୱିତୀୟ ଅଧିବେଶନରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଶ୍ରୀ ପ୍ରକାଶ ମହାନନ୍ଦିଆ ସଭାପତିତ୍ୱ କରିଥିବାବେଳେ ଶ୍ରୀ ଅଶୋକ ମହାରଣା ଓ ଶ୍ରୀମତୀ ବିଜୟା ପାଣିଗ୍ରାହୀ କବିତା ପାଠ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କବିତା ପାଠ ମାଧ୍ୟମରେ କବି ଓ ସାହିତ୍ୟପ୍ରେମୀମାନେ ନିଜ ନିଜର ସୃଜନଶୀଳ ଭାବନା ଓ ଅନୁଭୂତିକୁ ପ୍ରକାଶ କରିବାର ସୁଯୋଗ ପାଇଥିଲେ। ଏହି ଅବସରରେ କବି ପ୍ରମୋଦ କୁମାର ରାଉଳ, ପ୍ରତୀକ ଶର୍ମା, ଘାସିରାମ ମହାପାତ୍ର, ନାରାୟଣ ସଗର, ତପସ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ କବିତା ପାଠ କରିଥିଲେ।

‘ଶୁଭ୍ରାଶ୍ରୀ’ ପତ୍ରିକାର ୧୭ତମ ସଂସ୍କରଣର ଉନ୍ମୋଚନ ଓ ଏହି ସାରସ୍ୱତ ସମାରୋହ ମାଧ୍ୟମରେ ଛିଣ୍ଡାନଈ ସାହିତ୍ୟ ସଂସଦ ଓଡ଼ିଆ ଭାଷା, ସାହିତ୍ୟ ଓ କବିତାର ବିକାଶ ପାଇଁ ନିଜର ପ୍ରୟାସକୁ ଆଗେଇ ନେଇଛି। ଏପରି କାର୍ଯ୍ୟକ୍ରମ ସାହିତ୍ୟିକମାନଙ୍କ ମଧ୍ୟରେ ଭାବବିନିମୟ ବୃଦ୍ଧି କରିବା ସହ ନୂତନ ପ୍ରତିଭାଙ୍କୁ ଉତ୍ସାହିତ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସାରସ୍ୱତ ସଭାରେ ଅନେକ ସାରସ୍ୱତ ସାଧକ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande