ରତ୍ନଗର୍ଭା ମା ଥିଲେ ସ୍ୱର୍ଗତା ସାବିତ୍ରୀ ଦେବୀ
ଭଦ୍ରକ, ୧୧ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ଅଂଚଳର ବିଶିଷ୍ଠ ସମାଜସସେବିକା ସ୍ୱର୍ଗତା ସାବିତ୍ରୀ ଦେବୀ ସମାଜକୁ ଗଢି ତୋଳିିବାରେ ତାଙ୍କ ଜନ୍ମିତ ସନ୍ତାନ ସନ୍ତତି ମାନଙ୍କ ସହଭାଗିତା ଦର୍ଶାଉଛି ସେ ସୁଗୃହୀଣି ନ ଥିଲେ ତାଙ୍କ ପିଲାମାନଙ୍କୁ ରାଜନୈତିକ,ସାମାଜିକ,କଳା ତଥା ଶିକ୍ଷା କ୍ଷେତ୍ରରେ ସୁ-
sabitri devi smruti sabha photo


ଭଦ୍ରକ, ୧୧ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ଅଂଚଳର ବିଶିଷ୍ଠ ସମାଜସସେବିକା ସ୍ୱର୍ଗତା ସାବିତ୍ରୀ ଦେବୀ ସମାଜକୁ ଗଢି ତୋଳିିବାରେ ତାଙ୍କ ଜନ୍ମିତ ସନ୍ତାନ ସନ୍ତତି ମାନଙ୍କ ସହଭାଗିତା ଦର୍ଶାଉଛି ସେ ସୁଗୃହୀଣି ନ ଥିଲେ ତାଙ୍କ ପିଲାମାନଙ୍କୁ ରାଜନୈତିକ,ସାମାଜିକ,କଳା ତଥା ଶିକ୍ଷା କ୍ଷେତ୍ରରେ ସୁ-ପ୍ରତିଷ୍ଠିତ କରାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱର ଚରମ ନିଦର୍ଶନ ବୋଲି ଶନିବାର ସନ୍ଧ୍ୟାରେ ବନ୍ତ ବ୍ଲକ ଗଭରପୁର ଠାରେ ଆୟୋଜିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ବ୍ୟକ୍ତ କରିଥିଲେ। ଶିକ୍ଷାବିତ ଚାରୁଚନ୍ଦ୍ର ନାୟକଙ୍କ ଧର୍ମପତ୍ନି ତଥା ବିଶିଷ୍ଠ ନାଟ୍ୟକାର ଡ଼ ସୁଧାଂଶୁ ଶେଖର ନାୟକଙ୍କ ମା ସ୍ୱର୍ଗତା ସାବିତ୍ରୀ ଦେବୀଙ୍କ ଏକାଦଶାହ ଅବସରରେ ଅୟୋଜିତ ସ୍ମୃତି ସଭାକୁ ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ପୌରହିତ୍ୟ କରିଥିବା ବେଳେ କବି ନାରାୟଣ ଚନ୍ଦ୍ର ଲେଙ୍କା,ଶିକ୍ଷାବିତ ପଂଚାନନ ପୃଷ୍ଟି ମଂଚ ସଂଯୋଜନା କରିଥିଲେ। ସଭାରେ ଭଦ୍ରକ ସାସଂଦ ଅଭିମନ୍ୟୁ ସେଠୀ,ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା,ପୂର୍ବତନ ସଭାପତି ଅକ୍ଷୟ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ପଂଚାନନ ରାଉତ,ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ,ଭଦ୍ରକ ବ୍ଲକ ପ୍ରକ୍ତନ ଅଧ୍ୟକ୍ଷ ମଳୟ କୁମାର ଜେନା,ତ୍ୟାଗଭୂମି ସଭାପତି ଅଜୟ କୁମାର ନାୟକ,ଭଦ୍ରକ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଶଶଧର ଦାସ,ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସୁଭେନ୍ଦ୍ର କୁମାର ମିଶ୍ର,ଶିକ୍ଷାବିତ ଅଜୟ କୁମାର ପୃଷ୍ଟି,ପ୍ରକାଶ କୁମାର ସାହୁ,ନାରାୟଣ ଚନ୍ଦ୍ର ସାମଲ,ହୃଷିକେଶ ମିଶ୍ର,ଜଗନ୍ନାଥ ପାତ୍ର,ଅଶୋକ କୁମାର ଖିଲାର,ରାଜକିଶୋର ଆଚାରୀ, ଅଲେଖ ଚନ୍ଦ୍ର ନାୟକ,ରବି ନାରାୟଣ ବିଶ୍ୱାଳ,ନବକୁମାର ଲେଙ୍କା,ଆଇନଜିବୀ ମାଧବାନନ୍ଦ ଦାସ,ସଙ୍ଗିତ ନିଦେର୍ଶକ ଅମ୍ରିତାଶୁଂ ପଟ୍ଟନାୟକ ପ୍ରମୁଖ ୰ ସାବିତ୍ରୀ ଦେବୀ ଆମ ସମସ୍ତଙ୍କ ପାଇଁ ଆଦର୍ଶ ବୋଲି କହିଥିବା ବେଳେ ସେ ସୁଯୋଗ୍ୟ ଓ ସର୍ବଗୁଣ ସପର୍ଣ୍ଣା ମା ଥିଲେ ବୋଲି ମତ ପ୍ରକାଶ ପାଇଥିଲା। ପରିବାରର ଝିଅ କଳ୍ପନା ନାୟକ,ପୁଅ ସରେଶ କୁମାର ନାୟକ,ନାତୁଣୀ ତନିଶା ନାୟକ ସ୍ମୃତି ଚାରଣ କରିଥିବା ବେଳେ ଅଧ୍ୟାପିକା ପ୍ରତିମା ସାହୁ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସମ୍ପାଦକ କିଶୋର କିଙ୍କର ପଢିଆରୀ,କେନ୍ଦୁଆପଦା ସରପଂଚ ଇଂ ପ୍ରମୋଦ ଜେନା,ତୋଡ଼ଗାଁ ସରପଂଚ ମାନସ ପହି,ଧନେଶ୍ୱର ଖିଲାର,ଅନାଦି ଓଝା,କରୁଣାକର ବାରିକ,କମଳାକାନ୍ତ ସାହୁ,ଆନନ୍ଦଚନ୍ଦ୍ର ଓଝା ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ପଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ନାୟକ ପରିବାରର ରମେଶ ,ଅମରେଶ,ଶରେଶ,ମହେଶ,ରେବତୀ,ସରିତା,ହେମଲତା ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande