ଆମେରିକାରେ କରଦାତାଙ୍କ ଅର୍ଥରେ ପ୍ରସ୍ତୁତ ଟ୍ରମ୍ପଙ୍କ ବିଜ୍ଞାପନ ପ୍ରଦର୍ଶନ ଉପରେ ରୋକ
ନ୍ୟୁୟର୍କ (ଆମେରିକା), ୧୨ ଅକ୍ଟୋବର (ହି.ସ.)। ଦେଶରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଟ୍ରମ୍ପ ପ୍ରଶାସନକୁ ଆଇନଗତ ଝଟକା ଲାଗିଛି। ଜିଲ୍ଲା ଜଜ୍ ଜେନିଫର ଏଲ୍. ରୋଚୋନ୍ ରବିବାର ରାଷ୍ଟ୍ରପତିଙ୍କ ରାଜନୈତିକ ବାର୍ତ୍ତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କରଦାତାଙ୍କ ଲକ୍ଷ ଲକ୍ଷ ଡଲାର
राष्ट्रपति डोनाल्ड ट्रंप। फोटो -  इंटरनेट मीडिया


ନ୍ୟୁୟର୍କ (ଆମେରିକା), ୧୨ ଅକ୍ଟୋବର (ହି.ସ.)। ଦେଶରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଟ୍ରମ୍ପ ପ୍ରଶାସନକୁ ଆଇନଗତ ଝଟକା ଲାଗିଛି। ଜିଲ୍ଲା ଜଜ୍ ଜେନିଫର ଏଲ୍. ରୋଚୋନ୍ ରବିବାର ରାଷ୍ଟ୍ରପତିଙ୍କ ରାଜନୈତିକ ବାର୍ତ୍ତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କରଦାତାଙ୍କ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରି ପ୍ରସ୍ତୁତ କରାଯାଇଥିବା ଟିଭି ବିଜ୍ଞାପନଗୁଡ଼ିକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। ରୋଚୋନ୍ ଏକ ଅସ୍ଥାୟୀ ନିଷେଧାଦେଶ ଜାରି କରି ଟ୍ରମ୍ପ ପ୍ରଶାସନକୁ ଅବଶିଷ୍ଟ ସମସ୍ତ ବିଜ୍ଞାପନ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆକ୍ସିଓସ୍ର ରିପୋର୍ଟ ଅନୁଯାୟୀ, ଏହି ଆଦେଶରେ ରାଷ୍ଟ୍ରପତି ଟ୍ରମ୍ପ ଦେଖାଯାଉଥିବା ବିଜ୍ଞାପନଗୁଡ଼ିକର ପ୍ରସାରଣ ତୁରନ୍ତ ବନ୍ଦ କରିବାକୁ ପ୍ରଶାସନକୁ କୁହାଯାଇଛି। ନଭେମ୍ବରରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନର ମାତ୍ର କିଛି ସପ୍ତାହ ପୂର୍ବରୁ ଏହି ରାୟ ଆସିଛି। ଆମେରିକାରେ ଟ୍ରମ୍ପ ପ୍ରଶାସନ କରଦାତାଙ୍କ ଅର୍ଥ କିପରି ବ୍ୟବହାର କରୁଛି, ତାହାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଅନେକ ମାମଲା ବିଚାରାଧୀନ ରହିଛି।

ୱାଶିଂଟନ୍ର ନଜରଦାରୀ ସଂଗଠନ ‘କମନ୍ କଜ୍’, ଅଣଲାଭକାରୀ ସଂସ୍ଥା ‘ଡେମୋକ୍ରାସି ଫରୱାର୍ଡ’ ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାଏର ଆବେଦନ ଆଧାରରେ ଏହି ରାୟ ଆସିଛି। ଡେମୋକ୍ରାଟିକ୍ ନ୍ୟାସନାଲ୍ କମିଟି ମଧ୍ୟ ୱାଶିଂଟନ୍ର ଏକ ସଂଘୀୟ ଅଦାଲତରେ ଏହିଭଳି ଏକ ମାମଲା ଦାଏର କରିଛି।

ନ୍ୟୁୟର୍କ ଅଦାଲତଙ୍କ ରାୟ ପରେ ଟ୍ରମ୍ପ ପ୍ରଶାସନ କହିଛି ଯେ, ଏହି ବିଜ୍ଞାପନଗୁଡ଼ିକରେ ଜନସେବାର ଭାବନା ପ୍ରତିଫଳିତ ହୋଇଛି। ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଏହାର ଉଦ୍ଦେଶ୍ୟ। ପୂର୍ବରୁ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ପ୍ରଶାସନ ମଧ୍ୟ ସରକାରୀ ନୀତିକୁ ପ୍ରୋତ୍ସାହିତ କରିବା ପାଇଁ କରଦାତାଙ୍କ ଅର୍ଥରେ ବିଜ୍ଞାପନ ପ୍ରସ୍ତୁତ କରିଥିଲେ।

ତେବେ ମାମଲା ଦାଏର ହେବା ପରେ ଟ୍ରମ୍ପ ବିଜ୍ଞାପନର ଖର୍ଚ୍ଚ ନିଜେ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ହ୍ୱାଇଟ୍ ହାଉସ୍ କହିଛି ଯେ, ବିଜ୍ଞାପନ ପାଇଁ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇସାରିଥିବା ଲକ୍ଷ ଲକ୍ଷ ଡଲାର ସରକାରଙ୍କୁ ଫେରସ୍ତ କରିବାର କୌଣସି ଯୋଜନା ନାହିଁ।

ନ୍ୟୁୟର୍କ ଅଦାଲତରେ ଦାଏର ଆବେଦନରେ ଅଭିଯୋଗ କରାଯାଇଛି ଯେ, ଟ୍ରମ୍ପ ପ୍ରଶାସନ କଂଗ୍ରେସର ଅନୁମୋଦିତ ଅର୍ଥଠାରୁ ଅଧିକ ଖର୍ଚ୍ଚ କରିବା ସହ ପ୍ରଚାରପ୍ରସାର ସମ୍ପର୍କିତ ନିୟମର ଉଲ୍ଲଂଘନ କରିଛି। ଏହି ରାୟକୁ ଡେମୋକ୍ରାସି ଫରୱାର୍ଡ ସ୍ୱାଗତ କରିଛି।

ସୂଚନା ଅନୁଯାୟୀ, ଏହି ବିଜ୍ଞାପନଗୁଡ଼ିକ ପାଇଁ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ କରଦାତାଙ୍କ ଅର୍ଥରୁ ୨୦ ନିୟୁତ ଡଲାର ଆବଣ୍ଟନ କରିଥିଲା। ବିଜ୍ଞାପନ ପାଇଁ ବ୍ୟବହୃତ ଅର୍ଥ କଂଗ୍ରେସ ଟ୍ରମ୍ପଙ୍କ ଆପ୍ରବାସନ ନୀତି କାର୍ଯ୍ୟକାରୀ କରିବାର ଏଜେଣ୍ଡା ଅନୁସାରେ ଏହି ବିଭାଗକୁ ଆବଣ୍ଟନ କରିଥିବା ୧୭୫ ନିୟୁତ ଡଲାରର ପ୍ୟାକେଜ୍ରୁ ଆସିଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande