ଦିଲ୍ଲୀରେ ବଦଳିଲା ପାଗ, ଝଡ଼ବର୍ଷାରେ ଆରମ୍ଭ ହେଲା ସକାଳ
ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)। ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ସକାଳର ଆରମ୍ଭ ଝଡ଼ବର୍ଷା ସହ ହୋଇଛି। ରାତି ଅଧରେ ଦିଲ୍ଲୀ-ଏନ୍ସିଆର୍ରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଯୋଗୁଁ ପାଗରେ ହଠାତ୍ ପରିବର୍ତ୍ତନ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଘଣ୍ଟା
भारत मौसम विज्ञान विभाग की वेबसाइट पर दर्शाया गया उपग्रह से प्राप्त तड़ित पूर्वानुमान।


ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)। ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ସକାଳର ଆରମ୍ଭ ଝଡ଼ବର୍ଷା ସହ ହୋଇଛି। ରାତି ଅଧରେ ଦିଲ୍ଲୀ-ଏନ୍ସିଆର୍ରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଯୋଗୁଁ ପାଗରେ ହଠାତ୍ ପରିବର୍ତ୍ତନ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନ୍ସିଆର୍ରେ ଝଡ଼ତୋଫାନ ସହ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।

ଆଇଏମ୍ଡି ଆଗାମୀ ୬ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ଆକାଶ ଆଂଶିକ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ନଥିବା ଆକଳନ କରିଛି। ହଠାତ୍ ବର୍ଷା ହେବା ଯୋଗୁଁ ପାଗ ଥଣ୍ଡା ହୋଇଯାଇଛି। ଆଇଏମ୍ଡି ଅଧିକାରୀଙ୍କ କହିବା ଅନୁଯାୟୀ, ପୂର୍ବାନୁମାନରୁ ଜଣାପଡ଼ୁଛି ଯେ ଆଗାମୀ ଦିନଗୁଡ଼ିକରେ ସର୍ବାଧିକ ତାପମାତ୍ରା ୩୧ରୁ ୩୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।

ଏହା ପୂର୍ବରୁ ରବିବାର ସନ୍ଧ୍ୟାରେ ଆଇଏମ୍ଡି ପକ୍ଷରୁ ଜାରି ୭ ଦିନିଆ ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୧୩ ତାରିଖରେ ସର୍ବାଧିକ ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୩ରୁ ୨୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ଆକଳନ କରାଯାଇଛି। ଅକ୍ଟୋବର ୧୪ ତାରିଖରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇ ୩୩ରୁ ୩୫ ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ଥିବାବେଳେ ସର୍ବନିମ୍ନ ତାପମାତ୍ରା ୨୩ରୁ ୨୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।

ଅକ୍ଟୋବର ୧୫ ତାରିଖରେ ସର୍ବାଧିକ ତାପମାତ୍ରା ୩୧ରୁ ୩୩ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୩ରୁ ୨୫ ଡିଗ୍ରୀ ସେଲସିୟସ୍ ରହିବାର ଅନୁମାନ କରାଯାଇଛି। ଅକ୍ଟୋବର ୧୬ ତାରିଖରେ ସର୍ବାଧିକ ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୨ରୁ ୨୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବର ୧୭ ତାରିଖରେ ସର୍ବାଧିକ ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୨ରୁ ୨୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।

ଏହି ସମସ୍ତ ଦିନରେ ଆକାଶ ଆଂଶିକ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ନଥିବା ଆଇଏମ୍ଡି ଆକଳନ କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ସର୍ବାଧିକ ତାପମାତ୍ରାରେ ୧ରୁ ୨ ଡିଗ୍ରୀ ସେଲସିୟସ୍ ହ୍ରାସ ଘଟିଛି। ତେବେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ସର୍ବନିମ୍ନ ତାପମାତ୍ରା ୨୧ରୁ ୨୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥିବାବେଳେ ସର୍ବାଧିକ ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande