ସୁରକ୍ଷା ଦୃଷ୍ଟିରୁ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋର ୬ଟି ଷ୍ଟେସନ ବନ୍ଦ ରହିବ
ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ମେଟ୍ରୋର ୬ଟି ପ୍ରମୁଖ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଆଜି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆର୍ସି) ପକ୍ଷରୁ ଏକ ସୂଚନା ଜରିଆରେ କୁହାଯାଇଛି ଯେ, ଅକ୍ଟୋବର ୧୨ ତାରିଖରେ ଏହ
दिल्ली मेट्रो संग्रहित फोटो


ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ମେଟ୍ରୋର ୬ଟି ପ୍ରମୁଖ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଆଜି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆର୍ସି) ପକ୍ଷରୁ ଏକ ସୂଚନା ଜରିଆରେ କୁହାଯାଇଛି ଯେ, ଅକ୍ଟୋବର ୧୨ ତାରିଖରେ ଏହି ବ୍ୟବସ୍ଥା ଲାଗୁ ହେବ।

ଡିଏମ୍ଆର୍ସି ଅନୁଯାୟୀ, ପଟେଲ ଚୌକ, ଜନପଥ, ରାଜୀବ ଚୌକ, ମଣ୍ଡି ହାଉସ୍, କେନ୍ଦ୍ରୀୟ ସଚିବାଳୟ ଏବଂ ବାରାଖମ୍ବା ରୋଡ୍ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ରହିବ। ଏହି ସମୟ ମଧ୍ୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସ୍ଥିତିର ସମୀକ୍ଷା କରିବେ। ତେବେ ଏହି ସମସ୍ତ ମେଟ୍ରୋ ଷ୍ଟେସନରେ ଇଣ୍ଟରଚେଞ୍ଜ୍ ସୁବିଧା ଉପଲବ୍ଧ ରହିବ। ଯାତ୍ରୀମାନଙ୍କୁ ଏହି ବ୍ୟବସ୍ଥା ଅନୁଯାୟୀ ନିଜ ଯାତ୍ରାର ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande