ବିମାନ ମଧ୍ୟରେ ମାରପିଟ୍ କଲେ ହଲିଉଡ୍ ଅଭିନେତ୍ରୀ ବ୍ଲେୟାର, ଗିରଫ
ନ୍ୟୁୟର୍କ (ଆମେରିକା), ୧୩ ଅକ୍ଟୋବର (ହି.ସ.)। ହଲିଉଡ୍ ଅଭିନେତ୍ରୀ ସେଲ୍ମା ବ୍ଲେୟାରଙ୍କୁ ଜନ୍ ଏଫ୍. କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଲିସ ହେପାଜତକୁ ନେଇଛି। ଲସ୍ ଆଞ୍ଜେଲସ୍ରୁ ନ୍ୟୁୟର୍କ ଆସିଥିବା ଡେଲ୍ଟା ଏୟାରଲାଇନ୍ସର ବିମାନ ଏଠାରେ ଅବତରଣ କରିବା ପରେ ଅଭିନେତ୍ରୀଙ୍କୁ ତୁରନ୍ତ ଧରାଯାଇଥିଲ
हॉलीवुड अभिनेत्री सेल्मा ब्लेयर । फोटो - इंटरनेट मीडिया


ନ୍ୟୁୟର୍କ (ଆମେରିକା), ୧୩ ଅକ୍ଟୋବର (ହି.ସ.)। ହଲିଉଡ୍ ଅଭିନେତ୍ରୀ ସେଲ୍ମା ବ୍ଲେୟାରଙ୍କୁ ଜନ୍ ଏଫ୍. କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଲିସ ହେପାଜତକୁ ନେଇଛି। ଲସ୍ ଆଞ୍ଜେଲସ୍ରୁ ନ୍ୟୁୟର୍କ ଆସିଥିବା ଡେଲ୍ଟା ଏୟାରଲାଇନ୍ସର ବିମାନ ଏଠାରେ ଅବତରଣ କରିବା ପରେ ଅଭିନେତ୍ରୀଙ୍କୁ ତୁରନ୍ତ ଧରାଯାଇଥିଲା। ଉଡ଼ାଣ ସମୟରେ ଦୁଇଜଣ ବିମାନ ପରିଚାରିକାଙ୍କୁ ଆକ୍ରମଣ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏତିକି ନୁହେଁ, ହସ୍ପିଟାଲକୁ ନେବା ସମୟରେ ଜଣେ ମହିଳା ପୁଲିସ ଅଧିକାରୀ ଏବଂ ହସ୍ପିଟାଲରେ ଜଣେ ନର୍ସଙ୍କୁ ମଧ୍ୟ ସେ ଆକ୍ରମଣ କରିଥିବା ଅଭିଯୋଗ ରହିଛି।

ସିଏନ୍ବିସିର ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କ ଓ ନ୍ୟୁଜର୍ସିର ପୋର୍ଟ ଅଥରିଟି ପକ୍ଷରୁ ଦିଆଯାଇଥିବା ସୂଚନାକୁ ଉଦ୍ଧୃତ କରି କୁହାଯାଇଛି ଯେ ରବିବାର ରାତି ପ୍ରାୟ ୧୧ଟାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ବ୍ଲେୟାରଙ୍କ ବ୍ୟତୀତ ଆହତ ବିମାନ ପରିଚାରିକାଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ନିଆଯାଇଥିଲା। ଆକ୍ରମଣ ସମୟରେ ବ୍ଲେୟାର ବିମାନ ପରିଚାରିକାଙ୍କୁ କାମୁଡ଼ି ଦେଇଥିବା ଜଣାପଡ଼ିଛି। ପୁଲିସ ଅନୁଯାୟୀ, ତାଙ୍କୁ ଜାମାଇକା ହସ୍ପିଟାଲକୁ ନେବା ସମୟରେ ବ୍ଲେୟାର ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଜଣେ ନର୍ସ ମଧ୍ୟ ଅଭିନେତ୍ରୀ ତାଙ୍କୁ ମାରପିଟ୍ କରିଥିବା ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande