ପ୍ରଦର୍ଶନ ଉପରେ ଜାତିସଂଘ ସଂସ୍ଥାର ଚୟନାତ୍ମକ ପ୍ରତିକ୍ରିୟା ବହୁପକ୍ଷବାଦ ଉପରେ ବିଶ୍ୱାସ ହ୍ରାସ କରେ: ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)- ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନକୁ ନେଇ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ କାର୍ଯ୍ୟାଳୟ (ଓଏଚସିଏଚଆର)ର ସମାଲୋଚନାକୁ ଭାରତ ଖାରଜ କରି ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅନୁଚିତ ହସ୍ତକ୍ଷେପ ବୋଲି କହିଛି। ଭାରତର କହିବା ଅନୁଯାୟୀ, ବିଶ୍ୱବ୍ୟାପୀ ପ୍ରଦର୍ଶନ ଉପରେ
विदेश मंत्रालय (MEA)


ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)- ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନକୁ ନେଇ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ କାର୍ଯ୍ୟାଳୟ (ଓଏଚସିଏଚଆର)ର ସମାଲୋଚନାକୁ ଭାରତ ଖାରଜ କରି ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅନୁଚିତ ହସ୍ତକ୍ଷେପ ବୋଲି କହିଛି। ଭାରତର କହିବା ଅନୁଯାୟୀ, ବିଶ୍ୱବ୍ୟାପୀ ପ୍ରଦର୍ଶନ ଉପରେ ଜାତିସଂଘ ସଂସ୍ଥାର ଅତ୍ୟଧିକ ଚୟନାତ୍ମକ ପ୍ରତିକ୍ରିୟା ବହୁପକ୍ଷବାଦ ଉପରେ ବିଶ୍ୱାସ ହ୍ରାସ କରିବ।

ଦିଲ୍ଲୀରେ ହୋଇଥିବା ବିରୋଧ ପ୍ରଦର୍ଶନ ଉପରେ ଓଏଚସିଏଚଆରର ମନ୍ତବ୍ୟ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଓଏଚସିଏଚଆର ପକ୍ଷରୁ ପ୍ରକାଶ କରାଯାଇଥିବା ଚିନ୍ତା ନିରାଧାର ଏବଂ ଅଗ୍ରହଣୀୟ। ଏହା ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ସହ ସମାନ। ଏଥିରୁ ଜଣାପଡ଼ୁଛି ଯେ ସେମାନଙ୍କ ଦୃଷ୍ଟିକୋଣ ଅତ୍ୟଧିକ ଚୟନାତ୍ମକ। ସଂଗଠନ ଦୁନିଆର ଅନ୍ୟ ଅଂଚଳରେ ହେଉଥିବା ବିରୋଧ ପ୍ରଦର୍ଶନ କିମ୍ବା ଆଇନ ପ୍ରବର୍ତନ କାର୍ଯ୍ୟାନୁଷ୍ଠାନ ଉପରେ ସର୍ବସାଧାରଣରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ସେ କହିଛନ୍ତି, “ଯଦି ସେମାନେ ଏହି ପଥରେ ଚାଲିବା ଜାରି ରଖନ୍ତି, ତେବେ ସ୍ପଷ୍ଟ ଭାବେ ଏହା ବହୁପକ୍ଷବାଦ ଉପରେ ବିଶ୍ୱାସ ହ୍ରାସ କରିବ। ଏହା ସହିତ, ଏକ ସଂଗଠନ ଭାବେ ସେମାନଙ୍କର ବିଶ୍ୱସନୀୟତା ମଧ୍ୟ ହ୍ରାସ ପାଇବ।”

ଉଲ୍ଲେଖନୀୟ ଯେ ୧୦ ଅକ୍ଟୋବରରେ କକରୋଚ ଜନତା ପାର୍ଟି ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ଏକ ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ଏଥିରେ ଏହି ଅଭିଯାନର ଅନେକ କାର୍ଯ୍ୟକର୍ତାଙ୍କୁ ହେପାଜତକୁ ନିଆଯାଇଥିଲା, ଯେଉଁମାନଙ୍କୁ ପରେ ଛାଡ଼ି ଦିଆଯାଇଥିଲା। ଏହି ଘଟଣା ଉପରେ ହିଁ ଓଏଚସିଏଚଆର ମନ୍ତବ୍ୟ ଦେଇଥିଲା।

-------------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande