ଜଳ ଜୀବନ ମିଶନ ଅଧିନରେ ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷାରେ ଗ୍ରାମ ପଂଚାୟତଗୁଡ଼ିକ ନିର୍ବାହ କରିବେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ, ୧୪ ଅକ୍ଟୋବର(ହି.ସ.) – କେନ୍ଦ୍ର ସରକାର ଜଳ ଜୀବନ ମିଶନ ୨.୦ ଅଧିନରେ ଗ୍ରାମୀଣ ପାନୀୟ ଜଳ ଉତ୍ସଗୁଡ଼ିକର ଦୀର୍ଘକାଳୀନ ସୁରକ୍ଷା ଏବଂ ଜଳ ଯୋଗାଣ ବ୍ୟବସ୍ଥାର ସ୍ଥିରତା ପାଇଁ ଗ୍ରାମ ପଂଚାୟତଗୁଡ଼ିକର ଭୂମିକାକୁ ବୃଦ୍ଧି କରିବେ। ଏଥିପାଇଁ ଜଳ ଜୀବନ ମିଶନ ୨.୦କୁ ବିବିଧ ଗ୍ରାମ ରୋଜଗାର ଏବଂ ଜୀବି
ଜଳ ଜୀବନ ମିଶନ ଅଧିନରେ ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷାରେ ଗ୍ରାମ ପଂଚାୟତଗୁଡ଼ିକ ନିର୍ବାହ କରିବେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା


ନୂଆଦିଲ୍ଲୀ, ୧୪ ଅକ୍ଟୋବର(ହି.ସ.) – କେନ୍ଦ୍ର ସରକାର ଜଳ ଜୀବନ ମିଶନ ୨.୦ ଅଧିନରେ ଗ୍ରାମୀଣ ପାନୀୟ ଜଳ ଉତ୍ସଗୁଡ଼ିକର ଦୀର୍ଘକାଳୀନ ସୁରକ୍ଷା ଏବଂ ଜଳ ଯୋଗାଣ ବ୍ୟବସ୍ଥାର ସ୍ଥିରତା ପାଇଁ ଗ୍ରାମ ପଂଚାୟତଗୁଡ଼ିକର ଭୂମିକାକୁ ବୃଦ୍ଧି କରିବେ। ଏଥିପାଇଁ ଜଳ ଜୀବନ ମିଶନ ୨.୦କୁ ବିବିଧ ଗ୍ରାମ ରୋଜଗାର ଏବଂ ଜୀବିକା ଗ୍ୟାରେଂଟି କାର୍ଯ୍ୟକ୍ରମ(ଭିବି-ଜି ରାମ ଜୀ) ସହିତ ଯୋଡ଼ାଯିବ। କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସମନ୍ୱୟ ଦ୍ୱାରା ଭୂତଳ ଜଳ ପୁନର୍ଭରଣ, ବର୍ଷା ଜଳ ଅମଳ ଏବଂ ପାନୀୟ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକୁ ବୈଜ୍ଞାନିକ ଢଙ୍ଗରେ ପ୍ରାଥମିକତା ଦିଆଯିବ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଏବଂ ପରିମଳ ବିଭାଗ ବୁଧବାର ଦିନ ଜଳ-୨୦୨୬ ଉପରେ ବିଭାଗୀୟ ସମ୍ମିଳନୀ ପରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ସହିତ ତୃତୀୟ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜନ କରିଛି। ଏହି ସମ୍ମିଳନୀରେ ପାନୀୟ ଜଳ ଉତ୍ସଗୁଡ଼ିକର ସ୍ଥିରତା, ଜଳ ସୁରକ୍ଷା ଏବଂ ଗ୍ରାମ ପଂଚାୟତମାନଙ୍କ ନେତୃତ୍ୱରେ ଯୋଜନା ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଥିଲା। ପାନୀୟ ଜଳ ଏବଂ ପରିମଳ ବିଭାଗର ସଚିବ ଅଶୋକ କେ. କେ. ମୀନା କହିଛନ୍ତି ଯେ ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଂଚଳରେ ପାନୀୟ ଜଳ ଭିତିଭୂମିର ସମ୍ପ୍ରସାରଣ କରାଯାଇଛି। ବର୍ତମାନ, ଦ୍ୱିତୀୟ ପଦକ୍ଷେପ ହେଉଛି ଏହି ସମ୍ପତିର ଦୀର୍ଘକାଳୀନ ଉପଯୋଗିତା, ବିଶ୍ୱସନୀୟତା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା।

ପାନୀୟ ଜଳ ସେବାକୁ ସ୍ଥାୟୀ କରିବା ପାଇଁ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ, ରିଚାର୍ଜ ଏବଂ ନିୟମିତ ରକ୍ଷଣାବେକ୍ଷଣ ଜରୁରୀ ବୋଲି ମୀନା କହିଥିଲେ। ବିକଶିତ ଗ୍ରାମ ନିଯୁକ୍ତି ଏବଂ ଜୀବିକା ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଅଧୀନରେ ଜଳ ସଂରକ୍ଷଣ, ଭୂତଳ ଜଳ ରିଚାର୍ଜ ଏବଂ ପାନୀୟ ଜଳ ଉତ୍ସଗୁଡ଼ିକର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ହାତକୁ ନିଆଯାଇପାରିବ। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଏବଂ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ସହିତ ଗ୍ରାମ କାର୍ଯ୍ୟ ଯୋଜନା ଏବଂ ଜଳ ଜୀବନ ମିଶନର ଉତ୍ସ ସ୍ଥାୟୀତ୍ୱ ଯୋଜନାକୁ ସମନ୍ୱିତ କରିବାକୁ ସେ ରାଜ୍ୟମାନଙ୍କୁ କହିଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande