‘ସୁଭାଷିତମ୍’ରେ ଦେବୀଙ୍କ ଦିବ୍ୟ ଶକ୍ତି ଓ କୃପା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୩ ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀଙ୍କ ଦିବ୍ୟ ଶକ୍ତି ଓ ଅସୀମ ପରାକ୍ରମର ପ୍ରଶଂସା କରି ଏକ ସୁଭାଷିତମ୍ ସେୟାର କରିଛନ୍ତି। ନବରାତ୍ରିର ତୃତୀୟ ଦିନରେ ସାହସ, ଶାନ୍ତି ଓ ଦୈବୀ ଶକ୍ତିର ଦେବୀ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରଧାନମନ୍ତ୍
प्रधानमंत्री नरेन्द्र मोदी (फाइल फोटो)


ନୂଆଦିଲ୍ଲୀ, ୧୩ ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀଙ୍କ ଦିବ୍ୟ ଶକ୍ତି ଓ ଅସୀମ ପରାକ୍ରମର ପ୍ରଶଂସା କରି ଏକ ସୁଭାଷିତମ୍ ସେୟାର କରିଛନ୍ତି। ନବରାତ୍ରିର ତୃତୀୟ ଦିନରେ ସାହସ, ଶାନ୍ତି ଓ ଦୈବୀ ଶକ୍ତିର ଦେବୀ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା କରାଯାଇଥାଏ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଏହି ଶ୍ଳୋକ ସେୟାର କରିଛନ୍ତି, “ତ୍ୱଂ ବୈଷ୍ଣବୀ ଶକ୍ତିରନନ୍ତବୀର୍ଯ୍ୟା ବିଶ୍ୱସ୍ୟ ବୀଜଂ ପରମାସି ମାୟା। ସମ୍ମୋହିତଂ ଦେବୀ ସର୍ବମେତତ୍ ତ୍ୱଂ ବୈ ପ୍ରସନ୍ନା ଭୁବି ମୁକ୍ତିହେତୁଃ॥”

ଏହାର ଅର୍ଥ ହେଉଛି, ହେ ଦେବୀ! ଆପଣ ହେଉଛନ୍ତି ବୈଷ୍ଣବୀ ଶକ୍ତି। ଅସୀମ ପରାକ୍ରମର ଅଧିକାରିଣୀ ଆପଣ ହିଁ ଏହି ସମଗ୍ର ବିଶ୍ୱର ମୂଳ କାରଣ। ଏହି ସମଗ୍ର ଜଗତ ଆପଣଙ୍କ ଦ୍ୱାରା ନିୟନ୍ତ୍ରିତ। ଆପଣ ପ୍ରସନ୍ନ ହେଲେ ପୃଥିବୀର ସମସ୍ତ ପ୍ରାଣୀଙ୍କ ପାଇଁ ମୁକ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରିର ଆଜିର ପବିତ୍ର ଅବସରରେ ସାହସ, ଶାନ୍ତି ଓ ଦିବ୍ୟ ଶକ୍ତିର ଦେବୀ ମା’ ଚନ୍ଦ୍ରଘଣ୍ଟାଙ୍କୁ ସେ ଭକ୍ତିପୂତ ପ୍ରଣାମ ଜଣାଉଛନ୍ତି। ମା’ଙ୍କ କୃପାରୁ ସମସ୍ତଙ୍କର ମଙ୍ଗଳ ହେଉ। ସମସ୍ତଙ୍କ ଜୀବନ ସୁଖ, ସୌଭାଗ୍ୟ ଓ ସଫଳତାରେ ସର୍ବଦା ସମୃଦ୍ଧ ହୋଇ ରହୁ—ଏହା ହିଁ ତାଙ୍କର ମଙ୍ଗଳ କାମନା।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande