
ପୁଞ୍ଛ, ୧୩ ଅକ୍ଟୋବର (ହି.ସ.)। ସେନା ଏବଂ ସ୍ୱତନ୍ତ୍ର ଅଭିଯାନ ଗୋଷ୍ଠୀ (ଏସ୍ଓଜି) ମଙ୍ଗଳବାର ପୁଞ୍ଛ ଜିଲ୍ଲାର ସୀମାନ୍ତ ସବଜିଆନ୍ ସେକ୍ଟରରେ ଏକ ଆତଙ୍କବାଦୀ ଆଡ୍ଡାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛନ୍ତି।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ତଲାସୀ ଅଭିଯାନ ସମୟରେ ସେନା ଓ ପୁଞ୍ଛ ଏସ୍ଓଜିର ଟିମ୍ ସବଜିଆନ୍ ସେକ୍ଟରର ସୁଥରବନ ଅଞ୍ଚଳରୁ ଗୋଟିଏ ଏକେ-୪୭ ରାଇଫଲ୍, ଗୋଟିଏ ଏକେ-୪୭ ମ୍ୟାଗାଜିନ୍, ୬ଟି ଗ୍ରେନେଡ୍, ୩୦ ରାଉଣ୍ଡ ଗୁଳି ଏବଂ କିଛି ଖାଦ୍ୟ ସାମଗ୍ରୀ ଜବତ କରିଛନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା