ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରରେ ଅବଦୁଲ କାଲାମ ଜୟନ୍ତୀ ପାଳିତ
ଗଞ୍ଜାମ, ୧୫ ଅକ୍ଟୋବର (ହି.ସ.)- ଆଜି ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ପୁରୁଷ, ଭାରତ ରତ୍ନ ଅବଦୁଲ କାଲାମଙ୍କ ପୂଣ୍ୟ ଜନ୍ମ ତିଥିରେ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସିଟି ଉଚ୍ଚ ବିଦ୍ୟାଳୟ ପରିସରରେ ତାଙ୍କ ପ୍
Wertuui


ଗଞ୍ଜାମ, ୧୫ ଅକ୍ଟୋବର (ହି.ସ.)- ଆଜି ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ପୁରୁଷ, ଭାରତ ରତ୍ନ ଅବଦୁଲ କାଲାମଙ୍କ ପୂଣ୍ୟ ଜନ୍ମ ତିଥିରେ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସିଟି ଉଚ୍ଚ ବିଦ୍ୟାଳୟ ପରିସରରେ ତାଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |

ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ସମ୍ପାଦକ ମହମଦ ଆସଲାମ, ସମାଜସେବି ତଥା ବିଶିଷ୍ଟ ସାମ୍ବାଦିକ ସୁରେଶ ଚନ୍ଦ୍ର ତ୍ରିପାଠୀ, ସାଂସଦଙ୍କ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ପୂଜ୍ୟ ପୂଜା ସମିତିର ଅବନୀ ଗୟା, ଡଃ. କୈଳାସ ଚନ୍ଦ୍ର ତ୍ରିପାଠୀ, ଡଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଆଇନଜୀବୀ ଲାଲବାହାଦୁର ପଟନାୟକ, ସଞ୍ଜୟ ଅଚାରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇ କାଲାମଙ୍କ ଜୀବନୀ, ଆଦର୍ଶ, ତ୍ୟାଗ, ସାଧନା ଓ ଜ୍ଞାନ ବିଷୟରେ ଆଲୋକପାତ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande