ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ବୈଠକ
ଭୁବନ, ୧୫ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ତୃତୀୟ ବୈଠକ ସଭାପତି ମାୟାଧର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ପ୍ରଥମ ସମାପ୍ତି ସୂଚକ
ପରିଚାଳନା କମିଟି ବୈଠକ


ଭୁବନ, ୧୫ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ତୃତୀୟ ବୈଠକ ସଭାପତି ମାୟାଧର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ପ୍ରଥମ ସମାପ୍ତି ସୂଚକ ଆକଳନର ଫଳାଫଳ, ଛାତ୍ରଛାତ୍ରୀମାନଙ୍କର ନିୟମିତ ଉପସ୍ଥାନ, ବାଳ ଶ୍ରମିକ ନିରାକରଣ, ବିଦ୍ୟାଳୟ ସ୍ବଚ୍ଛତା, ବିଦ୍ୟାଳୟ ବିକାଶ ସମ୍ପର୍କରେ ଅବିଭାବକ ଅବିଭାବିକାମାନଙ୍କୁ ସୂଚନା ଦେଇଥିଲେ। ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande