ଯୋଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ, ମଦ୍ୟପ ସ୍ଵାମୀ ମାଡ଼ରେ ସ୍ତ୍ରୀ ମୃତ
ଚମ୍ପୁଆ, ୧୫ ଅକ୍ଟୋବର (ହି.ସ.)- ଯୋଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହରୁ ମଦ୍ୟପ ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କର ପ୍ରାଣହାନୀ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅନ୍ତର୍ଗତ ହନୁମାନ ହାଟିଂ ଅଞ୍ଚଳରେ କୁମାରୀ କାରୁଆ ନାମକ ଜଣେ ମହିଳା ତାଙ୍କ ସ୍ୱା
ମୃତ ମହିଳା


ଚମ୍ପୁଆ, ୧୫ ଅକ୍ଟୋବର (ହି.ସ.)- ଯୋଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହରୁ ମଦ୍ୟପ ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କର ପ୍ରାଣହାନୀ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅନ୍ତର୍ଗତ ହନୁମାନ ହାଟିଂ ଅଞ୍ଚଳରେ କୁମାରୀ କାରୁଆ ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ବାବୁ କାରୁଆ ଏବଂ ତିନୋଟି ଶିଶୁ ସନ୍ତାନଙ୍କ ସହ ବସବାସ କରୁଥିଲେ। ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ବାବୁ କାରୁଆ ପ୍ରତିଦିନ ପରି ଅଧିକ ମଦ୍ୟପାନ କରି ଘରେ ପହଞ୍ଚିଥିଲେ। ଏହାକୁ ନେଇ ପରିବାର ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ସମୟ ଗଡ଼ିବା ସାଙ୍ଗକୁ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ସ୍ୱାମୀ ବାବୁ କାରୁଆ ନିଜ ସ୍ତ୍ରୀ କୁମାରୀଙ୍କୁ ନିର୍ମମ ଭାବେ ମାରପିଟ କରିବା ସହ ନିକଟରେ ଥିବା ଏକ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ରେ ମହିଳା ଜଣକ ଅଚେତ ହୋଇପଡ଼ିଥିବା ବେଳେ ଘର ଭିତରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀ ବାବୁ କାରୁଆକୁ କାବୁ କରି ଥାନାକୁ ଆଣି ଅଟକ ରଖିଛି। ଏ ସମ୍ବନ୍ଧରେ ଯୋଡ଼ା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ଏବଂ ଅଧିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande