

ଖୋର୍ଦ୍ଧା, ୧୫ ଅକ୍ଟୋବର (ହି.ସ.)- କ୍ଷେତ୍ରବାସୀ ଦୟାନନ୍ଦ ଆଙ୍ଗଲୋ ବେଦୀକ ନିରାକାରପୁର, ମହାବିଦ୍ୟାଳୟ ମଧ୍ୟରେ ଏବଂ ମହାବିଦ୍ୟାଳୟ ଚତୁର୍ପାର୍ଶ୍ୱରେ ୨୦୦ ମିଟର ଅଞ୍ଚଳ ମଧ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୦୩ ଧାରା ୧୬୩ କୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ, ସଂକଳ୍ପ ସ୍ଵସ୍ତିକ ସାହୁ ଆସନ୍ତା ୨୧ ତାରିଖ ରାତ୍ର ୯ଟା ପର୍ଯ୍ୟନ୍ତ ୭ ଦିନ ପାଇଁ ଜାରି କରିଛନ୍ତି l ଏହି ସମୟ ମଧ୍ୟରେ ପାଞ୍ଚଜଣ କିମ୍ବା ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ l କୌଣସି ରାଲି ବା ଶୋଭାଯାତ୍ରାରେ ଯାଇପାରିବେ ନାହିଁ l ଏହି ନିର୍ଦ୍ଦେଶନାମା ନିରାକାର ପୁର ଥାନା ଅଧିକାରୀ ଏବଂ ତହସିଲଦାର, ଟାଙ୍ଗୀଙ୍କ ରିପୋର୍ଟ ତଥା ବଡ଼ ପୋଖରୀ ଓ ନିରାକାର ପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି କେତେକ ପ୍ରତିଦ୍ବନ୍ଦୀ ଓ ବିରୋଧୀ ଲୋକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ସଂକଳ୍ପ ସ୍ଵସ୍ତିକ ସାହୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୦୩ ଧାରା ୧୬୩ କୁ ଜାରି କରି ୨୧ ତାରିଖ ରାତ୍ର ୯ଟା ପର୍ଯ୍ୟନ୍ତ ୭ ଦିନ ପାଇଁ ନିଷେଧାଜ୍ଞା ବଳବତ୍ତର ରଖିଛନ୍ତି l ଏହା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଗଲା।
ସେହିପରି ସାଇନ୍ ଡାଏ ଘୋଷଣାକୁ ନେଇ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ