ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ରାଜ୍ୟପାଳ
ଭୁବନେଶ୍ୱର,୧୫ ଅକ୍ଟୋବର (ହି.ସ)- ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ ଚାରୋଟି ବ୍ଲକ୍ରେ ୯୬ଟି ‘ଇ-ଟା
kuil;


ଭୁବନେଶ୍ୱର,୧୫ ଅକ୍ଟୋବର (ହି.ସ)- ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ପ୍ରକଳ୍ପ ଅନ୍ତର୍ଗତ ଚାରୋଟି ବ୍ଲକ୍ରେ ୯୬ଟି ‘ଇ-ଟାଇପ୍’ ଏବଂ ଦୁଇଟି ବ୍ଲକ୍ରେ ୪୮ଟି ‘ଏଫ୍-ଟାଇପ୍’ କ୍ୱାର୍ଟର୍ସ ନିର୍ମାଣ କରାଯିବ। ଷ୍ଟିଲ୍ଟ୍ ସମେତ ଛଅ ମହଲା ବିଶିଷ୍ଟ ଏହି ଆବାସିକ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ଟର୍ଣ୍ଣକି' ଭିତିରେ କରାଯିବା ସହ ମେ ୨୦୨୮ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରକଳ୍ପ ଲୋକଭବନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ କଲ୍ୟାଣ ତଥା ସେମାନଙ୍କୁ ପର୍ଯ୍ୟାପ୍ତ ଆବାସିକ ସୁବିଧା ଯୋଗାଇଦେବା ଦିଗରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପର ପ୍ରତିଫଳନ। ନୂତନ କ୍ୱାର୍ଟର୍ସ ନିର୍ମାଣ ଦ୍ୱାରା ଦୀର୍ଘଦିନର ଆବାସିକ ସମସ୍ୟାର ସମାଧାନ ହେବା ସହ କର୍ମଚାରୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବ। ଏଥିସହ ଏକ ଉନ୍ନତ ଓ ଅନୁକୂଳ କାର୍ଯ୍ୟପରିବେଶ ସୃଷ୍ଟି ହୋଇ ପ୍ରଶାସନିକ କାର୍ଯ୍ୟର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁ, ଇଞ୍ଜିନିୟର-ଇନ୍-ଚିଫ୍ (ସିଭିଲ୍) ପ୍ରିୟବ୍ରତ ସାମନ୍ତରା, ଭୁବନେଶ୍ୱରସ୍ଥିତ ସେଂଟ୍ରାଲ୍ (ଆର ଆଣ୍ଡ ବି) ସର୍କଲ୍ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ଅମିତାଭ ପ୍ରଧାନଙ୍କ ସମେତ ଲୋକଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande