
ଭୁବନେଶ୍ୱର,୧୫ ଅକ୍ଟୋବର (ହି.ସ)- ମାହାଙ୍ଗା ଡବଲ୍ ମର୍ଡର ମାମଲା ସମ୍ପର୍କିତ ଆଇନଗତ ପ୍ରକ୍ରିୟାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଥିବା ଖବର ପ୍ରକାଶ ପାଇଛି। ମାନ୍ୟବର ଅଦାଲତଙ୍କ ଆଦେଶ ପ୍ରକାଶ ପାଇବା ପରେ ଏବଂ ତାହାର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତିର ସମ୍ପୂର୍ଣ ଆଇନଗତ ପ୍ରଭାବ ସ୍ପଷ୍ଟ ହୋଇଛି । ଯାହାକୁ ବିଜେଡି ସ୍ୱାଗତ କରିଛି। ବିଜେଡି କହିଛି ଯେ ପ୍ରତ୍ୟେକ ବ୍ୟକ୍ତି ଆଇନ ଅନୁଯାୟୀ ନ୍ୟାୟସଙ୍ଗତ ପ୍ରକ୍ରିୟା ଓ ନିରପେକ୍ଷ ଶୁଣାଣି ପାଇବାକୁ ହଦାର। ଆଇନଗତ ମାମଲାଗୁଡ଼ିକର ବିଚାର ରାଜନୈତିକ ଆଖ୍ୟାନ କିମ୍ବା ଆଗୁଆ ନିଷ୍କର୍ଷ ଟାଣିବାର ପ୍ରୟାସ ଆଧାରରେ ନୁହେଁ, ବରଂ ନ୍ୟାୟିକ ଆଦେଶ, ତଥ୍ୟ ଓ ପ୍ରମାଣ ଆଧାରରେ ନିରପେକ୍ଷ ଭାବେ କରାଯିବା ଉଚିତ।
ସତ୍ୟ, ନ୍ୟାୟ ଓ ସନିଷ୍ଠା ହେଉଛି ଧର୍ମର ମୌଳିକ ସିଦ୍ଧାନ୍ତ । ବିଜେଡି ନ୍ୟାୟିକ ପ୍ରକ୍ରିୟା ଉପରେ ସଦୟ ଆସ୍ଥା ରଖୁଛି ଏବଂ ଦୃଢ଼ ଭାବେ ମତ ପୋଷଣ କରୁଛି ଯେ ରାଜନୈତିକ ହସ୍ତକ୍ଷେପ କିମ୍ବା ପୂର୍ବାଗ୍ରହ ବିନା ଆଇନ ତା’ ବାଟରେ ନିଜ କାର୍ଯ୍ୟ କରିବା ଭଚିତ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା