ଅକ୍ଟୋବର ୧୩ରୁ ୨୨ ଯାଏ ୧୦ ଟ୍ରେନ୍ ବାତିଲ
ଜୟପୁର, ୧୫ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲୱେ ରାୟଗଡ଼ା ଡିଭିଜନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ଅକ୍ଟୋବର ୧୩ରୁ ୨୨ ଯାଏ ଅନେକ ଏକ୍ସପ୍ରେସ୍ ଓ ପ୍
୧୩ରୁ ୨୨ ଯାଏ ୧୦ ଟ୍ରେନ୍ ବାତିଲ


ଜୟପୁର, ୧୫ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲୱେ ରାୟଗଡ଼ା ଡିଭିଜନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ଅକ୍ଟୋବର

୧୩ରୁ ୨୨ ଯାଏ ଅନେକ ଏକ୍ସପ୍ରେସ୍ ଓ ପ୍ୟାସେଞ୍ଜର ବାତିଲ କରାଯାଇ ଚଳାଚଳ ପଥ ମଧ୍ୟ ସଂକ୍ଷିପ୍ତ କରାଯାଇଛି । ବୁଲେଟିନ ନଂ.୧୦ ଅନୁଯାୟୀ, ଏହି ସମୟ ମଧ୍ୟରେ ୪ ଏକ୍ସପ୍ରେସ ବାତିଲ ରହିବ । ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ(୧୮୫୧୫) ଓ କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ(୧୮୫୧୬) ଅକ୍ଟୋବର ୧୩ରୁ ୨୦ ଯାଏ ବାତିଲ ରହିବ । ରାଉରକେଲା-ଜଗଦଲପୁର ଏକ୍ସପ୍ରେସ(୧୮୧୦୭) ଅକ୍ଟୋବର ୧୩ରୁ ୨୦ ଯାଏ ଓ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ(୧୮୧୦୮) ଅକ୍ଟୋବର ୧୪ରୁ ୨୧ ଯାଏ ବାତିଲ ରହିବ । ଏହି ବାଧା ଯୋଗୁ ଅନ୍ୟ କେତେକ ଟ୍ରେନ ସଂକ୍ଷିପ୍ତ ପଥରେ ଚଳାଚଳ କରିବ ।

ହାୱଡା-ଜଗଦଲପୁର ଏକ୍ସପ୍ରେସ(୧୮୦୦୫), ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ(୧୮୪୪୭) ଓ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର(୫୮୫୦୧) ଅକ୍ଟୋବର୧୩ରୁ ୨୦ ତାରିଖ ଯାଏ କୋରାପୁଟ ଷ୍ଟେଶନରେ ଯାତ୍ରା ଶେଷ କରିବେ । ଶର୍ଟ-ଟର୍ମିନେଟ

ହେବେ । ଫେରନ୍ତା ଯାତ୍ରା କ୍ଷେତ୍ରରେ, ଟ୍ରେନ ନଂ ଜଗଦଲପୁର-ହାୱଡା ଏକ୍ସପ୍ରେସ(୧୮୦୦୬) ଅକ୍ଟୋବର ୧୫ରୁ ୨୨ ତାରିଖ ଯାଏ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ । ଜଗଦଲପୁର-ଭୁବନେଶ୍ୱର ଏକ୍ସପ୍ରେସ(୧୮୪୪୮) ଅକ୍ଟୋବର ୧୪ରୁ ୨୧ ତାରିଖ ଯାଏ ଓ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୫୮୫୦୨) ଅକ୍ଟୋବର ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ କୋରାପୁଟରୁ ଯାତ୍ରା ଆରମ୍ଭ କରିବ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଲ୍ଲେଖ କରାଯାଇଥିବା ଟ୍ରେନ୍ ଗୁଡ଼ିକ ପାଇଁ କୋରାପୁଟ-ଜଗଦଲପୁର ସେକ୍ସନ୍ ର ଉଭୟ ଦିଗର ସେବା ପ୍ରଭାବିତ ହେବ ବୋଲି ରେଳୱେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ପ୍ରଭାବିତ ରୁଟ୍ ରେ ଯାତ୍ରା କରୁଥିବା ଯାତ୍ରୀମାନେ ଯାତ୍ରା

ଆରମ୍ଭ କରିବା ପୂର୍ବରୁ ଟ୍ରେନ ସମ୍ବନ୍ଧୀୟ ସବିଶେଷ ସୂଚନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande