
ଭୁବନେଶ୍ୱର,୧୫ ଅକ୍ଟୋବର (ହି.ସ)- ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି। ଶାନ୍ତିଶୃଙ୍ଖଳା ଭିତରେ କଟକ, ଭୁବନେଶ୍ୱରରେ କଲେଜ ମତଦାନ ଶେଷ ହୋଇଥିବା ପୋଲିସ କମିଶନର ଏସ୍ ଦେବଦତ ସିଂ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ପାଇଁ କଟକରେ ୧୮ ପ୍ଲାଟୁନ, ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ। କିଛି ସ୍ଥାନରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ,ପୋଲିସ ତାକୁ ନିୟନ୍ତ୍ରଣକୁ ନେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା