
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.) - ଛାତ୍ର ସଂସଦ
ନିର୍ବାଚନ ଅବସରରେ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ
ଉପମୁଖ୍ୟମନ୍ତ୍ରୀ ।
ଏକ୍ସ ହ୍ୟାଣ୍ଡେଲରେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଛାତ୍ର ସଂସଦ
ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା
ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ। ଆଜି କ୍ୟାମ୍ପସରେ
ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା
ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍ଦର୍ଶନ ଦେବ। ତେଣୁ କୌଣସି ପ୍ରକାର ହିଂସା, ଗୁଜବ ବା
ବିଭେଦର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ। ସମସ୍ତ
ଛାତ୍ର ଛାତ୍ରୀ ଓ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତାରେ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ହେଉଛି ଗଣତନ୍ତ୍ରର
ମୂଳଦୁଆ ଏବଂ ଭବିଷ୍ୟତ ନେତୃତ୍ୱ ନିର୍ମାଣର ଏକ ଶକ୍ତିଶାଳୀ ମାଧ୍ୟମ। ଆଜି କ୍ୟାମ୍ପସରେ ଆପଣଙ୍କ
ଶୃଙ୍ଖଳା ଓ ମୂଲ୍ୟବୋଧ ହିଁ କାଲିର ଦେଶ ଗଢ଼ିବ। ଗୁଜବ ଓ ହିଂସାରୁ ଦୂରରେ ରହି ଶାନ୍ତିପୂର୍ଣ୍ଣ
ଭାବେ ଏହି ନିର୍ବାଚନରେ ଭାଗ ନିଅନ୍ତୁ। ସମସ୍ତ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା