ଶଙ୍ଖଧ୍ୱନି ରାସ୍ତା ସୁରକ୍ଷା ସମିତି ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ
ଭୁବନେଶ୍ୱର,୧୫ ଅକ୍ଟୋବର (ହି.ସ)- ସଡ଼କ ସୁରକ୍ଷା, ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ ନିରନ୍ତର ପ୍ରୟାସ ପାଇଁ ଗୁରୁବାର ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଶଙ୍ଖଧ୍ୱନି ରାସ୍ତା ସୁରକ୍ଷା ସମିତି ପକ୍ଷରୁ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ
yjyuk


ଭୁବନେଶ୍ୱର,୧୫ ଅକ୍ଟୋବର (ହି.ସ)- ସଡ଼କ ସୁରକ୍ଷା, ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ ନିରନ୍ତର ପ୍ରୟାସ ପାଇଁ ଗୁରୁବାର ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଶଙ୍ଖଧ୍ୱନି ରାସ୍ତା ସୁରକ୍ଷା ସମିତି ପକ୍ଷରୁ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ମାନ ଓ ପ୍ରଶଂସାପତ୍ର ମୋ ପାଇଁ ଆନନ୍ଦ ଓ ଗର୍ବର ବିଷୟ। ଏନେଇ ଓଡ଼ିଶା ସଡ଼କ ସୁରକ୍ଷା ପରିଷଦର ସଦସ୍ୟ ତଥା ଶଙ୍ଖଧ୍ୱନି ରାସ୍ତା ସୁରକ୍ଷା ସମିତିର ସଭାପତି ଶ୍ରୀ ପ୍ରକାଶ କୁମାର ମହାପାତ୍ର, ଉପସଭାପତି ସୁଧାଂଶୁ ମହାପାତ୍ର ଓ ଅନ୍ୟ କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଉଛି ।

ସଡ଼କ ସୁରକ୍ଷା କେବଳ ଏକ ଦାୟିତ୍ୱ ନୁହେଁ, ଏହା ଅମୂଲ୍ୟ ଜୀବନ ରକ୍ଷା ସହ ଜଡ଼ିତ ଏକ ସାମୂହିକ ସଂକଳ୍ପ। ସୁରକ୍ଷିତ ସଡ଼କ ନିର୍ମାଣ, ଉନ୍ନତ ଯାତାୟାତ ବ୍ୟବସ୍ଥା ଓ ଜନସଚେତନତା ମାଧ୍ୟମରେ ଏକ ସୁରକ୍ଷିତ ଓଡ଼ିଶା ଗଠନ ପାଇଁ ଆମର ପ୍ରୟାସ ଜାରି ରହିବ।ସଡ଼କ ସୁରକ୍ଷା — ଜୀବନ ରକ୍ଷା। ସୁରକ୍ଷିତ ଓଡ଼ିଶା ଗଠନ ଆମର ସଂକଳ୍ପ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande