ବାଲୁଗାଁ କଲେଜର ବିଜୟୀ ସଭାପତି ପ୍ରାର୍ଥିନୀଙ୍କୁ ଆଇନ ମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୧୫ ଅକ୍ଟୋବର (ହି.ସ)- ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଭାପତି ପ୍ରାର୍ôଥନୀ ସୁଶ୍ରୀ ପୂଜା ଦିହୁଡ଼ି ବହୁ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଆଇନ ମନ୍ତ୍ରୀ ପୃଥଥ୍ୱୀରାଜ ହରି
ghftgyj


ଭୁବନେଶ୍ୱର,୧୫ ଅକ୍ଟୋବର (ହି.ସ)- ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଭାପତି ପ୍ରାର୍ôଥନୀ ସୁଶ୍ରୀ ପୂଜା ଦିହୁଡ଼ି ବହୁ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଆଇନ ମନ୍ତ୍ରୀ ପୃଥଥ୍ୱୀରାଜ ହରିଚନ୍ଦନ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ମନ୍ତ୍ରୀ କହିଛନ୍ତି ତାଙ୍କର ଏହି ବିଜୟ ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ। ଆଗାମୀ ଦିନରେ ସେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ସହ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆଶା ରଖୁଛି।ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ତତ୍ ସହିତ ଛାତ୍ର ସଂସଦର ଅନ୍ୟାନ୍ୟ ପଦବୀରେ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ସମସ୍ତ ଛାତ୍ରନେତା ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande