ବୋରିଗୁମ୍ମାରେ ସୁରଭି କାର୍ଯ୍ୟକ୍ରମ
ଜୟପୁର, ୧୫ ଅକ୍ଟୋବର (ହି.ସ.)- ବୋରିଗୁମ୍ମା ବ୍ଲକ୍ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବୋରିଗୁମ୍ମାଙ୍କ ତତ୍ବାବଧାନରେ ପାଳିତ ହୋଇସାରିଛି। ଏଥିରେ ବୋରିଗୁମ୍ମା ବ୍ଲକ୍ ର ୧୭ ଗୋଟି କ୍ଲଷ୍ଟରରୁ ପ୍ରାୟ ୩୦୦ ଜଣ ଛା
ବୋରିଗୁମ୍ମାରେ ସୁରଭି କାର୍ଯ୍ୟକ୍ରମ


ଜୟପୁର, ୧୫ ଅକ୍ଟୋବର (ହି.ସ.)- ବୋରିଗୁମ୍ମା ବ୍ଲକ୍ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବୋରିଗୁମ୍ମାଙ୍କ ତତ୍ବାବଧାନରେ ପାଳିତ ହୋଇସାରିଛି। ଏଥିରେ ବୋରିଗୁମ୍ମା ବ୍ଲକ୍ ର ୧୭ ଗୋଟି କ୍ଲଷ୍ଟରରୁ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ତହସିଲଦାର ଶୋଭନ କୁମାର ବେହେରା ମୂଖ୍ୟ ଅତିଥି, ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ, ଏବିଓ ସୁବାଷ ଚନ୍ଦ୍ର ମାଝୀ ଡବ୍ଲୁଇଓ, ସୁଶ୍ରୀ ସୋନାଲି ନାୟକ, ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ମମତା ନାୟକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୋରିଗୁମ୍ମା, ଲଛମନ ବିଷୋୟୀ (ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ), ମୃତଞ୍ଜୟ ପଣ୍ଡା (ସଭାପତି ପ୍ରାଥମିକ ଶିକ୍ଷକ ସଂଘ ବୋରିଗୁମ୍ମା), ପ୍ରଫୁଲ୍ଲ ନାୟକ(ସମ୍ପାଦକ ପ୍ରାଥମିକ ଶିକ୍ଷକ ସଂଘ ବୋରିଗୁମ୍ମା), ମହେନ୍ଦ୍ର କୁମାର ଶତପଥୀ (ସଭାପତି ପ୍ରାଥମିକ ଶିକ୍ଷକ ସଂଘ, କୁମୁଲି), ରମାକାନ୍ତ ମହାପାତ୍ର (ସମ୍ପାଦକ, ପ୍ରାଥମିକ ଶିକ୍ଷକ ସଂଘ କୁମୁଲି), ଏନ୍.କାମେଶ୍ବର ରାଓ(ଯୁଗ୍ମ ସମ୍ପାଦକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, କୋରାପୁଟ) ମଞ୍ଚାସୀନ ଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ରଘୁନାଥ ପାଙ୍ଗୀଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଗତିଶୀଳ ହୋଇଥିଲା । ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ ଶିଶୁ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅତିଥିଙ୍କ ଅଭିଭାଷଣ ପରେ ବିଭିନ୍ନ ପ୍ରତିଯୋଗିତା ତଥା ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ସଂଗୀତ, ବକୃତା, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତିଲିଖନ, ପ୍ରବନ୍ଧ ଲିଖନ, କୁଇଜ୍, ପି.ଏମ. ପୋଷଣ ଚିତ୍ର, କଳା/ଶିଳ୍ପ କଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦ୍ବିତୀୟ ଅଧିବେଶନରେ ମୂଖ୍ୟ ଅତିଥି ଭାବେ ଡିଆଇଟି ଅଧ୍ୟକ୍ଷ ଶ୍ରୀମତୀ ମମତା ଝୋଡିଆ, ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ କୁସୁମ ପାଣ୍ଡେ ଯୋଗଦାନ କରିଥିଲେ। ଏହି ଅବସରରେ ବୋରିଗୁମ୍ମା ବ୍ଲକ୍ ର ପ୍ରାୟ ୨୫ ଜଣ ସାମ୍ବାଦିକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମଞ୍ଚରେ ପୁଷ୍ପ ଗୁଛ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା ।

କାର୍ଯ୍ୟକ୍ରମ ଟିକୁ ଏନ୍. କାମେଶ୍ବର ରାଓ, ମୃତ୍ୟୁଞ୍ଜୟ ପଣ୍ଡା, ପ୍ରଫୁଲ୍ଲ ନାୟକ, ଜଗଦୀଶ ମେହେର(ବି.ଆର.ଟି), ସୁତମ ବିଷୋୟୀ, ପ୍ରଶାନ୍ତ ଆଚାରୀ, କମଳୁ ଭତରା, ସୁକାନ୍ତ କୁମାର ବେହେରା, ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବୋରିଗୁମ୍ମା ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ହେମନ୍ତ ଚାନ୍ଦ ଏବଂ ଉମାଶଙ୍କରୀ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମଟିକୁ ବୋରିଗୁମ୍ମା ବ୍ଲକ୍ ର ସତର ଗୋଟି କ୍ଲଷ୍ଟର ତଥା ନୂଆଗାଁ, ବିଜାପୁର, ବୋରିଗୁମ୍ମା, ମହୁଲି, ଡେଙ୍ଗପଦର, ଚଲାଣଗୁଡା, କାମରା, ଟିକ ବାଲିଗୁଡା, ରେଙ୍ଗାଲଗୁଡା, କାମତା, କୁମୁଲି, କେନ୍ଦୁଗୁଡା, କାଠରଗଡା, ନାରିଗା, ବି-ସିଂହପୁର, ବେଣା ଗାଁ, ସରଗିଗୁଡାର ସମସ୍ତ ସି.ଆର.ସି.ସି.ମାନେ ପରିଚାଳନା କରିଥିଲେ।ଶେଷରେ ସୁବାଷ ଚନ୍ଦ୍ର ମାଝୀ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ସାଙ୍ଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande