

ବଲାଙ୍ଗିର, ୧୬ ଅକ୍ଟୋବର (ହି.ସ.)- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଓ ସେମ୍ଫୋର୍ଡ ସ୍କୁଲ ର ମିଳିତ ସହଯୋଗରେ ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଥିଲା । ସଭାପତି ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବରେ ପ୍ରତାପ କୁମାର ଜେନା, ମୁଖ୍ୟ ଅତିଥି ଭାବରେ ନିଳମ ରଥ ଓ ଅତିଥି ଭାବରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ସଭ୍ୟ ଗିରିଜା ରଥ ମଂଚାସିନ ଥିଲେ । ବକ୍ତା ଭାବରେ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ପୁରୋହିତ ଗଛ ହିଁ ଜୀବନ ଉପରେ ବକ୍ତବ୍ୟ ରଖିଥିଲେ ।
ପ୍ରଥମେ ଗଣେଷ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜଳନ ପରେ ଭକ୍ତି ଜଣାଣ ଗାନ କରିଥିଲେ କଣ୍ଠଶିଳ୍ପୀ ରାମ ଶଙ୍କର ଶତପଥୀ । ମଂଚ ପରିଚାଳନା କରିଥିଲେ ଶିକ୍ଷକ ଅବିଜିତ ପାଣିଗ୍ରାହୀ, କବି ବଳିଷ୍ଠ ପଧାନଙ୍କ ଗୀତି କବିତା ସଂକଳନ ଉନ୍ମୋଚନ ହୋଇଥିଲା ଓ ଏହାର ସମୀକ୍ଷକ ଥିଲେ ରଶ୍ମି ପାତ୍ର । ଛାତ୍ର ଛାତ୍ରୀଙ୍କ ତରଫରୁ କବିତା ପାଠୋତ୍ସବ ହୋଇ ସେମାନଙ୍କୁ ପରିଷଦ ମାନପତ୍ର ପ୍ରଦାନ କରାଯାଇଥିଲା ।
କବିତା ପାଠ କରିଥିଲେ ସିଦ୍ଧେଶ ସାମନ୍ତ ରାୟ, ସିଦ୍ଧେଶ ପୁରୋହିତ, ସୁପ୍ରତିକ ପଣ୍ଡା, ସତ୍ୟବ୍ରତ ପଣ୍ଡା, ନିଆରା ତ୍ରିପାଠି, ଦୃଷ୍ଟି ଅଗ୍ରବାଲା, ପ୍ରୟାଗ ମିଥଲ, ଆୟୁଷ୍ମାନ ସାହୁ, ଓଜସ ମେହେର, ସ୍ୱାସିକ ସାହୁ, ସନୟ ସିଂହ, ଆରଭ ଶର୍ମା, ମସିହା ଶାସ୍ତ୍ରୀ, ସୁଦର୍ଶନ ମଲ୍ଲିକ, ତନୟ ଦୋରା, ଦିବ୍ୟାଂଶୁ ବ୍ରହ୍ମା, ସ୍ୱାୟଂଶି ସା, ପ୍ରତିକ୍ଷା ମହାକୁର, ସ୍ୱରୀତ ମହାପାତ୍ର, ସୋନମ୍ ସାହୁ, ହରପ୍ରିୟ ପ୍ରଧାନ, ଉଦ୍ଦୀପ୍ତି ସାହୁ, ଆଦିତ୍ୟ ଅଗ୍ରୱାଲା, ଅବନ୍ତିକା ବାଗ, ଶୋଭିନ ରଥ, ଅନୁପମ ମିଶ୍ର, ପ୍ରିୟଦର୍ଶିନୀ ମିଶ୍ର, ଅଭିଜିତ ପାଣିଗ୍ରାହୀ, ରଶ୍ମି ପାତ୍ର । ଧନ୍ୟବାଦ ଦେଇଥିଲେ ଚୁମକି ଦାଶ । ସଭାକୁ ସହଯୋଗ କରିଥିଲେ ବିଭୁତିଭୂଷଣ ମିଶ୍ର ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ