୮୧ ପ୍ରତିଶତ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ଜିତିଛୁ - ଏବିଭିପି
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ୮୧ ପ୍ରତିଶତ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ଜିତିଛୁ ବୋଲି ଏବିଭିପି ଦୃଢୋକ୍ତି ପ୍ରକାଶ କରିଛି। ଏବିଭିପି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ କରିଥିବାରୁ ରାଜ୍ୟ ସରକାର ଓ ଉଚ୍ଚ
ABVP flag


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ୮୧ ପ୍ରତିଶତ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ଜିତିଛୁ ବୋଲି ଏବିଭିପି ଦୃଢୋକ୍ତି ପ୍ରକାଶ କରିଛି। ଏବିଭିପି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ କରିଥିବାରୁ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ। ୮ଟି ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ୍ଣ ପ୍ୟାନେଲ ଏବିଭିପି ଜିତିଛି । ଓଡ଼ିଶାର ଜେନ୍ ଜି ବିଦ୍ୟାର୍ଥୀ ପରିଷଦ ସହ ରହିଛି । ଛାତ୍ରମାନଙ୍କ ଗଣତାନ୍ତ୍ରିକ ଅଧିକାରର ବିଜୟ ହୋଇଛି। ଏବିଭିପି ପ୍ରାର୍ଥୀ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ପାଇଁ କାର୍ଯ୍ୟ କରାଯିବ। ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟରେ ଫଳାଫଳ ନେଇ ସେ କହିଛନ୍ତି ପିଲାମାନଙ୍କ ଇମୋସନ ସହ ଖେଳାଯାଇଛି । ମହାପ୍ରଭୁଙ୍କ ମହାପ୍ରସାଦ ଛୁଆଁଇ ପିଲାଙ୍କୁ ଭ୍ରମିତ କରାଯାଇଛି.। ତଥ୍ୟ ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟିରେ ଏବିଭିପି କ୍ଲିନ୍ ସୁଇପ୍ କରିଛି। ଏଥିସହ ୮ଟି ସଭାପତି, ୮ଟି ଉପସଭାପତି, ୧୦ଟି ସମ୍ପାଦକ ଏବଂ ୧୧ଟି ସହକାରୀ ସାଧାରଣ ସମ୍ପାଦକ ପଦରେ ବିଜୟ ହାସଲ କରିଛି।ଏହି ବିଜୟ ଗଣତନ୍ତ୍ର ଓ ରାଷ୍ଟ୍ରବାଦୀ ବିଚାରର ବିଜୟ। ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଅଧିକାର ପାଇଁ ସଂଗଠନ ସବୁବେଳେ କ୍ୟାମ୍ପସରେ କାର୍ଯ୍ୟ କରିଆସୁଛି ଏବଂ ଆଗକୁ ମଧ୍ୟ ୩୬୫ ଦିନ ଛାତ୍ରଛାତ୍ରୀଙ୍କ ସହ ରହି କାମ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande