ଆଙ୍ଗନା କା ଉତ୍ସବ କରି ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ହଟହଟା
ଗଞ୍ଜାମ, ୧୬ ଅକ୍ଟୋବର (ହି.ସ.)- ପୋଷଣ ମାସରେ ଅଙ୍ଗନବାଡି କର୍ମୀ ମାନେ ଉପମୁଖ୍ଯମନ୍ତ୍ରୀ ପ୍ରଭାତି ପରିଡାଙ୍କ ଗାଇଡ ଲାଇନ ନିର୍ଦ୍ଦେଶାବଳୀ ଅନୁସାରେ ନିଜ ନିଜ କେନ୍ଦ୍ରରେ ତିନିଦିନିଆ ଆଙ୍ଗନ କା ଉତ୍ସଵ କରି ବ୍ୟବସାୟୀ ତଥା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ସାତ ଆଠ ହଜାର ଟଙ୍କା ଧାର କରଜ କରି ଉତ୍ସଵ କଲେ
ଆଙ୍ଗନା କା ଉତ୍ସବ କରି ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ହଟହଟା


ଗଞ୍ଜାମ, ୧୬ ଅକ୍ଟୋବର (ହି.ସ.)- ପୋଷଣ ମାସରେ ଅଙ୍ଗନବାଡି କର୍ମୀ ମାନେ ଉପମୁଖ୍ଯମନ୍ତ୍ରୀ ପ୍ରଭାତି ପରିଡାଙ୍କ ଗାଇଡ ଲାଇନ ନିର୍ଦ୍ଦେଶାବଳୀ ଅନୁସାରେ ନିଜ ନିଜ କେନ୍ଦ୍ରରେ ତିନିଦିନିଆ ଆଙ୍ଗନ କା ଉତ୍ସଵ କରି ବ୍ୟବସାୟୀ ତଥା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ସାତ ଆଠ ହଜାର ଟଙ୍କା ଧାର କରଜ କରି ଉତ୍ସଵ କଲେ। ଏ ମଧ୍ୟରେ ଦୀର୍ଘ ୨୦ ଦିନ ବିତିଯାଇଥିଲେ ମଧ୍ୟ ଶିଶୁ ଓ ମହିଳା ବିକାଶ ବିଭାଗ ପକ୍ଷରୁ ସେମାନଙ୍କୁ ଟଙ୍କା ଟିଏ ମଧ୍ୟ ମିଳିନାହିଁ। ଅନ୍ୟପକ୍ଷରେ କର୍ମୀ ମାନେ ଯେଉଁ ଲୋକଙ୍କ ଠାରୁ ଧାରକରଜ ଆଣି ଉତ୍ସବ କଲେ ସେହି ଲୋକମାନେ ରାସ୍ତାଘାଟ ଓ ରାଜଦାଣ୍ଡରେ ଅଙ୍ଗନବାଡି କର୍ମୀ ମାନଙ୍କୁ ଵେଜ୍ଜିତ କରୁଛନ୍ତି। ବିଚରା ମାସକୁ ମାତ୍ର ଦଶ ହଜାର ଟଙ୍କା ପାରିଶ୍ରମିକ ପାଉଥିବା କର୍ମୀ ମାନେ ଲୋକ ଲଜ୍ଜା ଦୃଷ୍ଟିରୁ ପିଲାଛୁଆ ଓ ପରିଵାରକୁ ରଖି ଆଙ୍ଗନ କା ଉତ୍ସଵ ପାଇଁ କରିଥିବା କରଜ ସୁଝିବାକୁ ବାଧ୍ୟ ହେଉଛନ୍ତି। ଯଦି ସରକାରଙ୍କ ଅଣ୍ଟିରେ ଧନନାହିଁ ତେବେ ଏ ଧରଣର ବେକାରିଆ ଉତ୍ସଵ କାହିଁକି କରାଯାଇଛି ବୋଲି ଜନମତ ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଆଙ୍ଗନା କା ଉତ୍ସଵରେ ଖର୍ଚ୍ଚ ହୋଇଥିବା ଟଙ୍କା ପ୍ରଦାନ କରିବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande