ଅଙ୍ଗନବାଡି କର୍ମୀମାନେ ପାରିଶ୍ରମିକ ନପାଇ ହଟହଟା
ଗଞ୍ଜାମ, ୧୬ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନେ ମାସିକ ମାତ୍ର ଦଶ ହଜାର ପାରିଶ୍ରମିକ ପାଇ ପରିବାର ଭରଣପୋଷଣ କରନ୍ତି। କିନ୍ତୁ, ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଦୁଇ ମାସ ହେଲା ପାରିଶ୍ରମିକ ନପାଇ ଏ ମହାଙ୍ଗା ଯୁଗରେ ନାହଁ ନଥିବା ହଟହଟାର ସମ୍ମୁଖୀନ
ଅଙ୍ଗନବାଡି କର୍ମୀମାନେ ପାରିଶ୍ରମିକ ନପାଇ ହଟହଟା


ଗଞ୍ଜାମ, ୧୬ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନେ ମାସିକ ମାତ୍ର ଦଶ ହଜାର ପାରିଶ୍ରମିକ ପାଇ ପରିବାର ଭରଣପୋଷଣ କରନ୍ତି। କିନ୍ତୁ, ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଦୁଇ ମାସ ହେଲା ପାରିଶ୍ରମିକ ନପାଇ ଏ ମହାଙ୍ଗା ଯୁଗରେ ନାହଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି। ପୂର୍ବ ସରକାର ଅମଳରେ ଦଶହରା, ଦୀପାବଳୀ ଓ ଅନ୍ୟାନ୍ୟ ପର୍ବପଵାଣୀ ପୂର୍ବରୁ ସେମାନଙ୍କ ପାରିଶ୍ରମିକ କର୍ମୀ ପାଉଥିଲେ। କିନ୍ତୁ ବର୍ତ୍ତମାନ ସେ ବ୍ୟବସ୍ଥା ନଥିବାରୁ କର୍ମୀ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଆଜି କେବଳ ସେମାନଙ୍କ ପାସଵୁକ୍ କୁ ମାତ୍ର ୫୫୦୦ ଟଙ୍କା ଆସିଛି । ଆଉ ବକେୟା ଟଙ୍କା କେବେ ମିଳିବ ଏହା ଚିନ୍ତାର ବିଷୟ। ଏଣୁ ବିଭାଗୀୟ କର୍ମକର୍ତ୍ତା ଏଥିପ୍ରତି ଦୃଷ୍ଟି ଦେଵାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande