ବିକାଶର ରାସ୍ତାରେ ସଂସ୍କୃତିର ଛାପ,ଭାରତମାଳା ରାଜପଥରେ ଶାବର ଶ୍ରୀକ୍ଷେତ୍ର ଟନେଲ୍ ପାଲଟିଛି ଆକର୍ଷଣର କେନ୍ଦ୍ର
ଜୟପୁର, ୧୬ ଅକ୍ଟୋବର(ହି.ସ.) – କୋରାପୁଟ ଜିଲ୍ଲାର ଭାରତମାଳା ରାଜପଥ ପ୍ରକଳ୍ପ ଅନ୍ତର୍ଗତ ‘ଶାବର ଶ୍ରୀକ୍ଷେତ୍ର ଟନେଲ୍’ରେ ଆଧୁନିକ ଭିତିଭୂମି ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଛି। ଟନେଲ୍ର ପ୍ରବେଶପଥରେ ଲେଖାଯାଇଥିବା ଏହାର ନାମ ସହ ଭିତର ପାର୍ଶ୍ୱରେ ଥିବା କଳ
ବିକାଶର ରାସ୍ତାରେ ସଂସ୍କୃତିର ଛାପ,ଭାରତମାଳା ରାଜପଥରେ  ଶାବର ଶ୍ରୀକ୍ଷେତ୍ର ଟନେଲ୍ ପାଲଟିଛି ଆକର୍ଷଣର କେନ୍ଦ୍ର


ବିକାଶର ରାସ୍ତାରେ ସଂସ୍କୃତିର ଛାପ,ଭାରତମାଳା ରାଜପଥରେ  ଶାବର ଶ୍ରୀକ୍ଷେତ୍ର ଟନେଲ୍ ପାଲଟିଛି ଆକର୍ଷଣର କେନ୍ଦ୍ର


ଜୟପୁର, ୧୬ ଅକ୍ଟୋବର(ହି.ସ.) – କୋରାପୁଟ ଜିଲ୍ଲାର ଭାରତମାଳା ରାଜପଥ ପ୍ରକଳ୍ପ ଅନ୍ତର୍ଗତ ‘ଶାବର ଶ୍ରୀକ୍ଷେତ୍ର ଟନେଲ୍’ରେ ଆଧୁନିକ ଭିତିଭୂମି ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଛି। ଟନେଲ୍ର ପ୍ରବେଶପଥରେ ଲେଖାଯାଇଥିବା ଏହାର ନାମ ସହ ଭିତର ପାର୍ଶ୍ୱରେ ଥିବା କଳାତ୍ମକ ଚିତ୍ରଣ ଓ ସାଜସଜ୍ଜା ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ଟନେଲ୍ର ପ୍ରବେଶଦ୍ୱାରରେ କୋରାପୁଟିଆ ପରମ୍ପରାର ଛାପ ବହନ କରୁଥିବା କଳା-ଧଳା ନକ୍ସା ଏବଂ ଭିତର କାନ୍ଥରେ ଥିବା ଚିତ୍ରକଳା ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଆଧୁନିକ ଆଲୋକ ବ୍ୟବସ୍ଥା, ଯାନବାହନ ନିୟନ୍ତ୍ରଣ ପାଇଁ ସୁରକ୍ଷା ସଙ୍କେତ ଓ ସୁବ୍ୟବସ୍ଥିତ ରାସ୍ତା ସହ ଏହି ଟନେଲ୍ର ରୂପରେଖ ବିକାଶର ନୂଆ ଚିତ୍ର ଉପସ୍ଥାପନ କରୁଛି। ଟନେଲର ଭିତର କାନ୍ଥରେ ଚିତ୍ରରେ ଚିତ୍ରରେ ଉଭୟ କୋରାପୁଟିଆ ଓ ଶାବର ଶ୍ରୀକ୍ଷେତ୍ର ସଂସ୍କୃତି ଝଲସି ଉଠୁଛି। ଟନେଲର ନାମ ‘ଶାବର ଶ୍ରୀକ୍ଷେତ୍ର’ ରଖା ଯାଇଥିବାରୁ କୋରାପୁଟର ଜନଜାତି ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ଅନ୍ତରଙ୍ଗ ସମ୍ପର୍କକୁ ମନେ ପକାଇଦେଉଛି। କୋରାପୁଟର ଆଦିବାସୀ ଐତିହ୍ୟ ଓ ଜଗନ୍ନାଥ ଭାବଧାରାର ଏହି ପରିଚୟ ଟନେଲ୍ର ନାମକରଣକୁ ଅଧିକ ଅର୍ଥପୂର୍ଣ୍ଣ କରିଛି।

ଆଜି ଏହି ଟନେଲ୍ ନିକଟରେ କିଛି ସମୟ ଗଣମାଧ୍ୟମ ପ୍ରତିନିଧି ଦଳ ବିତାଇବା ଏକ ସୁନ୍ଦର ଅନୁଭୂତି ଥିଲା। ରାସ୍ତା ଓ ସୁଡ଼ଙ୍ଗ ଭଳି ଆଧୁନିକ ନିର୍ମାଣରେ ନିଜ ମାଟିର ସଂସ୍କୃତି ଓ ପରିଚୟ ପ୍ରତିଫଳିତ ହେଉଥିବାରୁ ତାହା ଯାତାୟାତର ମାଧ୍ୟମ ସହ ଏଇ ଅଂଚଳର ଗୌରବ ଓ ପରିଚୟର ପ୍ରତୀକ ପାଲଟିଯାଇଛି। ଆଗାମୀ ଦିନରେ ଯାତ୍ରାକୁ ଆହୁରି ସୁଖମୟ କରିବ ବୋଲି ଆଶା କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande