
Bhubaneswar, 16 ଅକ୍ଟୋବର (ହି.ସ.)
ଭାରତର ସର୍ଵ ପ୍ରଥମ ସର୍ବଭାରତୀୟ ଟ୍ରେଡ୍ ୟୁନିୟନ ସଂଗଠନ ଅଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସ (ଏଆଇଟିୟୁସି)ର ରାଜ୍ଯ କାର୍ଯ୍ୟକାରୀ କମିଟି ବୈଠକ ରାଜ୍ଯ କାର୍ଯ୍ୟାଳୟ ରେ ରାଜ୍ଯ ସଭାପତି ଅଶୋକ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଆଇଟିୟୁସି ର ୧୦୬ ବର୍ଷ ଫୁର୍ତ୍ତି ଓ ୧୦୭ତମ ପ୍ରତିଷ୍ଠା ଦିଵସ ରେ ଏହାର ୧୪ଶ ରାଜ୍ଯ ସମ୍ମିଳନୀ ତାଳଚେର ଠାରେ ୩୧ ଅକ୍ଟୋବର ପୁର୍ଵାହ୍ନ ୧୦ଟା ରେ ମହା ସମାରୋହରେ ବିଶାଳ ଶୋଭାଯାତ୍ରା ଓ ସମାବେଶରେ ଆରମ୍ଭ ହେବ। ଏଥିରେ ଏଆଇଟିୟୁସି ର ସର୍ଵଭାରତୀୟ ସାଧାରଣ ସମ୍ପାଦକ ଡଃ ଅମରଜିତ୍ କାଉର ଉଦବୋଧନ ଦେବେ। ଏହି ସମ୍ମିଳନୀର ପତାକା ଉତ୍ତୋଳନ ଦିନ ୩ଟାରେ ହେବାସହ ଅପରାହ୍ନ ୩ଟା ୩୦ରେ ସମ୍ମିଳନୀ ଉଦ୍ଘାଟିତ ହେବ ଓ ଏହା ନଭେମ୍ବର ୨ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିବ। ଉଦଘାଟନ ସମାରୋହ ରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଭ୍ରାତୃପ୍ରତିମ ସଂଗଠନ ନେତୃତ୍ଵଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ସମ୍ମିଳନୀରେ ପ୍ରତ୍ୟେକ ଜିଲ୍ଲା ଓ ବିଭିନ୍ନ ସେକ୍ଟର ଶ୍ରମିକ ସଂଗଠନ ଓ ଏହାର ନିର୍ବାଚିତ ପ୍ରତିନିଧି ମାନେ ଏହି ସମ୍ମିଳନୀରେ ପ୍ରତିନିଧି ଭାବେ ଯୋଗ ଦେବେ। ୩୧ଅକ୍ଟୋଵର ସନ୍ଧ୍ୟାରୁ ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହେବ। ଏହି ସମ୍ମିଳନୀର ଦ୍ବିତୀୟ ଦିଵସ ଅପରାହ୍ନ ରେ ସମସାମୟିକ ଏକ ପ୍ରସଙ୍ଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ନଭେମ୍ବର ୨ତାରିଖ ଅପରାହ୍ନ ୪ଟାରେ ଏଆଇଟିୟୁସିର ୧୪ଶ ରାଜ୍ଯ ସମ୍ମିଳନୀ ର ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ବିଜୟ ଜେନା କାର୍ଯ୍ୟ ସୂଚୀ ଉପସ୍ଥାପନ କରିଥିଲେ। ଏଆଟିୟୁସିର ୧୪ଶ ରାଜ୍ଯ ସମ୍ମିଳନୀ ପାଇଁ ଏକ ପୋଷ୍ଟର ଉନ୍ମୋଚିତ ହେଲା। ଏହି ବୈଠକରେ ଉପସଭାପତି ଡଃ ପ୍ରଶାନ୍ତ କୁମାର ମିଶ୍ର, ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ଗୈରାଙ୍ଗ ପାଣିଗ୍ରାହୀ, ରାଜ୍ଯ ସମ୍ପାଦକ ଜୟନ୍ତ ଦାସ, ମାୟାଧର ନାୟକ, ହରପ୍ରିୟା ସ୍ଵାଇଁ, ନମିତା ସାହୁ, ସତ୍ୟବାଦୀ ବାଘ ଓ ବ୍ରଜବନ୍ଧୁ ପ୍ରଧାନ, ବରିଷ୍ଠ ନେତା କିଶୋର ଜେନା, ସୁର ଜେନା, ଶ୍ୟାମ ସୁନ୍ଦର ଜେନା, ରାଉରକେଲା ଷ୍ଟିଲ ମଜଦୂର ୟୁନିୟନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଏବଂ କୋଲ ଏମ୍ଲୋୟିଜ୍ ୟୁନିୟନର କେନ୍ଦ୍ରୀୟ ନେତା ଅଭ୍ୟର୍ଥନା କମିଟି ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁମାର ଶର୍ମା ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା