ନୂତନ ରାଜ୍ୟପାଳଙ୍କର ସମ୍ବିଧାନ ବିରୋଧୀ ମନ୍ତବ୍ୟ ନିନ୍ଦନୀୟ- ସି.ପି.ଆଇ.(ଏମ୍)
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ହଠାତ୍ ଓଡ଼ିଶାର ରାଜ୍ୟପାଳଙ୍କୁ ବଦଳି କରି ବ୍ରଜମୋହନ ରାମ ଓଡ଼ିଶାର ନୂତନ ରାଜ୍ୟପାଳ ହେବେ ବୋଲି ଘୋଷଣା କରିଛନ୍ତି। ଜଣେ ବ୍ୟକ୍ତି ରାଜ୍ୟପାଳ ହେବେ ବୋଲି ଘୋଷଣା ପରେ ସାମ୍ବିଧାନିକ ପଦମର୍ଯ୍ୟାଦା ଦୃଷ୍ଟିରୁ ଦଳମତ ପକ୍ଷପାତିତା ଉପରକ
ନୂତନ ରାଜ୍ୟପାଳଙ୍କର ସମ୍ବିଧାନ ବିରୋଧୀ ମନ୍ତବ୍ୟ ନିନ୍ଦନୀୟ- ସି.ପି.ଆଇ.(ଏମ୍)


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ହଠାତ୍ ଓଡ଼ିଶାର ରାଜ୍ୟପାଳଙ୍କୁ ବଦଳି କରି ବ୍ରଜମୋହନ ରାମ ଓଡ଼ିଶାର ନୂତନ ରାଜ୍ୟପାଳ ହେବେ ବୋଲି ଘୋଷଣା କରିଛନ୍ତି। ଜଣେ ବ୍ୟକ୍ତି ରାଜ୍ୟପାଳ ହେବେ ବୋଲି ଘୋଷଣା ପରେ ସାମ୍ବିଧାନିକ ପଦମର୍ଯ୍ୟାଦା ଦୃଷ୍ଟିରୁ ଦଳମତ ପକ୍ଷପାତିତା ଉପରକୁ ଯାଇ ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରିବା ସହ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବା ଆବଶ୍ୟକ। କିନ୍ତୁ ଦୁଃଖ ଓ ଲଜ୍ଜାର କଥା ଯେ ନୂତନ ଭାବେ ନାମିତ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ବିଜେପିର ଜଣେ ଦଳୀୟ କର୍ମକର୍ତା ଭାବେ ବିଜେପିର ଦଳିତ ମୋର୍ଚ୍ଚା ପାଇଁ ଝାଡ଼ଖଣ୍ଡ ରାଜ୍ୟଭଳି କାମ କରି ତାକୁ ଶକ୍ତିଶାଳୀ କରିବେ ବୋଲି କହିଛନ୍ତି। ଏଭଳି ବକ୍ତବ୍ୟ ହୁଏତ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଆର୍.ଏସ୍.ଏସ୍.ର କର୍ମକର୍ତାଙ୍କୁ ଖୁସି କରିବା ପାଇଁ ଉଦ୍ଦିଷ୍ଟ ହୋଇଥାଇପାରେ, କିନ୍ତୁ ସାମ୍ବିଧାନିକ ପଦମର୍ଯ୍ୟାଦାକୁ ସୁରକ୍ଷା ଦେଇ ପାରୁନଥିବା ଏଭଳି ଜଣେ ବ୍ୟକ୍ତି ରାଜ୍ୟପାଳ ପଦବୀ ଅଳଙ୍କୃତ କରିବା ଉଚିତ୍ ନୁହେଁ। ଓଡ଼ିଶା ଏଭଳି ଜଣେ ପକ୍ଷପାତି ରାଜ୍ୟପାଳଙ୍କୁ ସ୍ୱାଗତ କରିପାରିବ ନାହିଁ ବୋଲି ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande