ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପ୍ରସ୍ତୁତି ବୈଠକ
ସମ୍ବଲପୁର, ୧୬ ଅକ୍ଟୋବର(ହି.ସ.) – ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇ ଏବଂ ଆରକ୍ଷୀ ଅଧିକ୍ଷକ(ଭିଜିଲାନ୍ସ) ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠ
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ  ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୬ ଅକ୍ଟୋବର(ହି.ସ.) – ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇ ଏବଂ ଆରକ୍ଷୀ ଅଧିକ୍ଷକ(ଭିଜିଲାନ୍ସ) ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଧୁତା ଓ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଶପଥ ପାଠ ଗ୍ରହଣ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି। ଦୁର୍ନୀତିର ଭୟାବହତା ଏବଂ ଏହାର ନିରାକରଣ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ସଚେତନତା ରାଲି, ପଥପ୍ରାନ୍ତ ନାଟକ ଏବଂ ଏଲ୍ଇଡିରେ ପ୍ରଦର୍ଶନ ମାଧ୍ୟମରେ ପ୍ରଚାର ପ୍ରସାର କରାଯିବ। ସମାଜରୁ ଦୁର୍ନୀତି ଦୂରୀକରଣ ଏବଂ ସଚ୍ଚୋଟତା ପ୍ରସାର ପାଇଁ ବିଭିନ୍ନ ବ୍ଲକର ପଂଚାୟତ ଗୁଡ଼ିକରେ ଗ୍ରାମସଭା ଓ ରାଲିର ଆୟୋଜନ କରାଯିବ। ଏହି କ୍ରମରେ ଜମନକିରା ବ୍ଲକର ଫାଶିମାଲ ପଂଚାୟତରେ ଅକ୍ଟୋବର ୨୬ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, ମାନେଶ୍ୱର ବ୍ଲକର ଧମା ପଂଚାୟତରେ ଅକ୍ଟୋବର ୨୭ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, ନାକଟିଦେଉଳ ବ୍ଲକର ନାକଟିଦେଉଳ ପଂଚାୟତରେ ଅକ୍ଟୋବର ୨୭ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, ରେଙ୍ଗାଲି ବ୍ଲକର ବୋମାଲୋଇ ପଂଚାୟତରେ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, କୁଚିଣ୍ଡା ବ୍ଲକର ଅର୍ଡ଼ାବାହାଲ ପଂଚାୟତରେ ଅକ୍ଟୋବର ୨୯ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, ଧନକଉଡା ବ୍ଲକର ଏ. କାଟାପାଲି ପଂଚାୟତରେ ଅକ୍ଟୋବର ୩୦ ତାରିଖ ଅପରାହ୍ନ ୩:୦୦ ଘଟିକାରେ ଏବଂ ରେଢ଼ାଖୋଲ ବ୍ଲକର ଚାରମାଳ ପଂଚାୟତରେ ଅକ୍ଟୋବର ୩୧ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ ଗ୍ରାମସଭା ଅନୁଷ୍ଠିତ ହେବ। ଏହି ଗ୍ରାମସଭା ଗୁଡ଼ିକରେ ପିଇଓ, ସଚିବ, ସ୍ଥାନୀୟ ସାଧାରଣ ଜନତା, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡ଼ି କର୍ମୀମାନେ ସକ୍ରିୟ ଅଂଶଗ୍ରହଣ କରି ଦୁର୍ନୀତି ନିବାରଣ ସମ୍ପର୍କରେ ବାର୍ତା ପ୍ରସାର କରିବେ।

ଏତଦ୍ ବ୍ୟତୀତ, ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମର ସଫଳ ଆୟୋଜନ ସହ କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକୀୟ ଚିକିତ୍ସା ସେବା ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande