
ଗଞ୍ଜାମ, ୧୬ ଅକ୍ଟୋବର (ହି.ସ.)- ଵ୍ରହ୍ମପୁର ବିଜିପୁର ଫ୍ରୁଟ ଭେଣ୍ଡି ଜୋନରେ ଗତକାଲି ରାତି ପ୍ରାୟ ୨ଟା ସମୟରେ ଅଗ୍ନିକାଣ୍ଡ ଘଟି ତିନିଟି ଫଳଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।
ସେହିପରି ପୁରୁଣା ବସଷ୍ଟାଣ୍ଡରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସଂପୂର୍ଣ୍ଣ ପୋଡି ଯାଇଛି। ଅଗ୍ନିସମ ବାହିନୀ ଉଭୟ ସ୍ଥାନରେ ପହଞ୍ଚି ନିଆଁକୁ ଆ଼ୟତ କରିଥିଲେ। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଵ୍ଯଵସାୟୀ ମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡୁଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ