
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି)ର ପ୍ରତିଷ୍ଠା ଦିବସ ଅବସରରେ ବଳର ସାହସୀ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସାହସ, ଶୃଙ୍ଖଳା ଓ ଦେଶର ସୁରକ୍ଷା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି।
ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ରାଜ୍ୟପାଳ ଏନ୍ଏସ୍ଜିର ଯବାନମାନଙ୍କ ପ୍ରତି ଆନ୍ତରିକ ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଛନ୍ତି। ଦେଶର ସୁରକ୍ଷା ପାଇଁ ସେମାନଙ୍କ ଅନନ୍ୟ ସାହସ, ଶୃଙ୍ଖଳା ଏବଂ ନିଷ୍ଠାପର ସେବାକୁ ସେ ପ୍ରଶଂସା କରିଛନ୍ତି।
‘ବ୍ଲାକ୍ କ୍ୟାଟ୍ସ’ ଭାବେ ପରିଚିତ ଏହି ଅଭିଜ୍ଞ କମାଣ୍ଡୋମାନେ ଦେଶର ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି। ଦେଶ ପ୍ରତି ସେମାନଙ୍କର ନିରନ୍ତର ସେବା ଓ ସମର୍ପଣ ଭାବନା ପାଇଁ ରାଜ୍ୟପାଳ ସମସ୍ତ ଏନ୍ଏସ୍ଜି କର୍ମଚାରୀଙ୍କୁ ଶୁଭକାମନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା