
କେନ୍ଦ୍ରାପଡ଼ା, ୧୬ ଅକ୍ଟୋବର (ହି.ସ.)- ଜ୍ଞାନ ପ୍ରକାଶ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ କେନ୍ଦ୍ରାପଡ଼ା ଶାଖାର ସଂଯୋଜିକା କବୟିତ୍ରୀ ବାସନ୍ତୀ ଦାସଙ୍କ ନସଡିପୁର ସ୍ଥିତ ବାସଭବନରେ ଜ୍ଞାନ ପ୍ରକାଶ ପ୍ରତିଷ୍ଠାତା ଜ୍ଞାନଚନ୍ଦ୍ର ଶତପଥିଙ୍କ ସଭାପତିତ୍ଵରେ ଶାରଦୀୟ ବନ୍ଧୁମିଳନ ଓ କବିତା ଆସର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଭାଷା ବିଜ୍ଞାନୀ ଦେବାଶିଷ ମହାପାତ୍ର, ମୁଖ୍ୟବକ୍ତା ଭାବରେ ଶ୍ରୀମତୀ ଅମ୍ବିକା ସ୍ୱାଇଁ, ସମ୍ପାଦିକା କୋଠଘର ଜ୍ଞାନ ପ୍ରକାଶ ରାଜ୍ୟମୁଖ୍ୟ, ସମ୍ମାନୀତ ଅତିଥିଭାବରେ କବି ପ୍ରଦୀପ୍ତ କୁମାର ସାହୁ, କବିୟିତ୍ରୀ ଶ୍ରୀମତୀ ସଂଯୁକ୍ତା ସାହୁ, ଶ୍ରୀମତି ସୌଭାଗିନି ମହାପାତ୍ର ଯୋଗ ଦେଇଥିଲେ।
ଏହି କବିତା ଆସରରେ ୨୦ରୁ ଉର୍ଦ୍ଧ୍ଵ ସ୍ଥାନୀୟ କବି ଓ କବିୟତ୍ରୀ ଯୋଗଦାନ କରି ସ୍ୱରଚିତ କବିତା ପାଠ କରିଥିଲେ। ସେମାନେ ହେଲେ ପ୍ରକୃତିବଂଧୁ କବି ନୃସିଂହ ଚରଣ ତ୍ରିପାଠୀ, ବ୍ୟଙ୍ଗକବି ଅପତ୍ତି ଚରଣ ସେଠୀ, ସୁଶାନ୍ତ କୁମାର ଦାଶ, କୃଷ୍ଣଚନ୍ଦ୍ର ମହାପାତ୍ର, ସୌଭାଗ୍ୟ ଦାଶ, ଶୋଭାମୟୀ ପତ୍ରୀ, ଜ୍ଞାନମୟୀ ପତ୍ରୀ ଓ ଅନ୍ୟମାନେ। ଶ୍ରୀମତୀ ରତ୍ନମାଳୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି