କାର୍ଯ୍ୟରତ ସରପଂଚ ଓ ନାଏବ ସରପଂଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଂଜୁର କଲେ ମୁଖ୍ୟମନ୍ତ୍ରୀ
ପ୍ରଦାନ କରାଯିବ ୫୬,୫୫,୭୨,୦୦୦ ଟଙ୍କା ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଂଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଂଚ ଓ ନାଏବ ସରପଂଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଂଜୁର କରିଛନ୍ତି । ଏଥିପାଇଁ ସମୁଦାୟ ୫
cm odisha


ପ୍ରଦାନ କରାଯିବ ୫୬,୫୫,୭୨,୦୦୦ ଟଙ୍କା

ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଂଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଂଚ ଓ ନାଏବ ସରପଂଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଂଜୁର କରିଛନ୍ତି । ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ନିମନ୍ତେ ମଂଜୁର ହୋଇଛି ।

ସୂଚନାଯୋଗ୍ୟ ଯେ, ପିଛିଲା ୦୧.୦୪.୨୦୨୬ ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ, ୬ ମାସର ଏହି ସମ୍ମାନ ରାଶି ପ୍ରଦାନ କରାଯିବ । ସରପଂଚମାନେ ୧୦ ହଜାର ଟଙ୍କା ଓ ନାଏବ ସରପଂଚ ମାନେ ୪ ହଜାର ଟଙ୍କା ଲେଖାଏଁ ଏହି ସମ୍ମାନ ରାଶି ପାଇବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande