ଏନ୍ଏସ୍ଜି ଯବାନଙ୍କ ସାହସ, ଶୃଙ୍ଖଳା ଓ ସମର୍ପଣ ଜାତୀୟ ସୁରକ୍ଷାର ମଜଭୁତ ଆଧାର: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି)ର ପ୍ରତିଷ୍ଠା ଦିବସ ଅବସରରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏହି ବାହିନୀର ସାହସୀ ଯବାନମାନଙ୍କ ସାହସ, ଶୃଙ୍ଖଳା ଓ ଅସାଧାରଣ ବୃତିଗତ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆରେ ନିଜର ବାର୍ତା ଜରିଆରେ ଶ୍ରୀ ପ୍ର
dp


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି)ର ପ୍ରତିଷ୍ଠା ଦିବସ ଅବସରରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏହି ବାହିନୀର ସାହସୀ ଯବାନମାନଙ୍କ ସାହସ, ଶୃଙ୍ଖଳା ଓ ଅସାଧାରଣ ବୃତିଗତ ଦକ୍ଷତାକୁ ପ୍ରଶଂସା କରିଛନ୍ତି।

ସୋସିଆଲ ମିଡିଆରେ ନିଜର ବାର୍ତା ଜରିଆରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ସୁରକ୍ଷା ପ୍ରତି ଗମ୍ଭୀର ବିପଦର ମୁକାବିଲା କରୁଥିବା ଏନ୍ଏସ୍ଜିର ସାହସୀ ଯବାନମାନଙ୍କ ସାହସ, ଶୃଙ୍ଖଳା ଓ ଉଚ୍ଚକୋଟୀର ବୃତିଗତ ଦକ୍ଷତାକୁ ଦେଶ ସମ୍ମାନ ଜଣାଉଛି।

ସେ ଆହୁରି କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ଏନ୍ଏସ୍ଜି ଯବାନମାନଙ୍କ ନିରନ୍ତର ପ୍ରସ୍ତୁତି ଓ କର୍ତବ୍ୟ ପ୍ରତି ଅତୁଟ ସମର୍ପଣ ସେମାନଙ୍କ ଉଚ୍ଚ ଆଦର୍ଶ ଓ ଗୌରବମୟ ସେବା ପରମ୍ପରାର ପରିଚୟ। ସେମାନଙ୍କ ସାହସ ଓ କର୍ତବ୍ୟନିଷ୍ଠା ଦେଶର ସୁରକ୍ଷା ପ୍ରତି ସେମାନଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande