
ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ.) - ବିଶ୍ୱ ଖାଦ୍ୟ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଖାଦ୍ୟ ସୁରକ୍ଷା ସୁଦୃଢ଼ କରିବା ଏବଂ ସମାଜର ଅବହେଳିତ ଓ ଦୁର୍ବଳ ବର୍ଗଙ୍କୁ ଖାଦ୍ୟ ଯୋଗାଇଦେବା ଦିଗରେ ଓଡ଼ିଶାର ପଦକ୍ଷେପକୁ ସେ ଉଲ୍ଲେଖ କରିଛନ୍ତି।
ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଓଡ଼ିଶା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲା। ଏହା ମାଧ୍ୟମରେ ପ୍ରତ୍ୟେକ ଅସହାୟ ଓ ଅସୁରକ୍ଷିତ ପରିବାରକୁ ଖାଦ୍ୟ ଉପଲବ୍ଧ କରାଇବା ସହ ସେମାନଙ୍କ ମର୍ଯ୍ୟାଦା ଓ ଅଧିକାରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ବୋଲି ନବୀନ କହିଛନ୍ତି।
ଏହି ଅବସରରେ ସମସ୍ତଙ୍କ ପାଇଁ ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ସୁନିଶ୍ଚିତ କରିବା ଦିଗରେ ସାମୂହିକ ସଂକଳ୍ପ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା