ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ସର୍ବାଧିକ ୪୬.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ସର୍ବାଧିକ ୪୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୪୫.୮ ମି.ମି., ସାନଖେମୁଣ୍ଡିରେ ୪୪.୦ ମି.ମି
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ସର୍ବାଧିକ ୪୬.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ସର୍ବାଧିକ ୪୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୪୫.୮ ମି.ମି., ସାନଖେମୁଣ୍ଡିରେ ୪୪.୦ ମି.ମି., ଶେରଗଡ଼ରେ ୩୬.୦ ମି.ମି., ପାତ୍ରପୁରରେ ୩୫.୦ ମି.ମି., ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ ୩୩.୦ ମି.ମି., ନୟାଗଡ଼ ଜିଲ୍ଲାର ରଣପୁରରେ ୩୦.୨ ମି.ମି., ରାୟଗଡ଼ା ଜିଲ୍ଲାର ରାୟଗଡ଼ା (ପିଟିଓ)ରେ ୨୮.୦ ମି.ମି., ରାୟଗଡ଼ାରେ ୨୭.୪ ମି.ମି., ଗଞ୍ଜାମ ଜିଲ୍ଲାର ଧରାକୋଟରେ ୨୭.୦ ମି.ମି., ବ୍ରହ୍ମପୁରରେ ୨୩.୪ ମି.ମି., ଗଜପତି ଜିଲ୍ଲାର କାଶିନଗରରେ ୨୨.୨ ମି.ମି. ଏବଂ ମହେନ୍ଦ୍ରଗଡ଼ରେ ୨୧.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande