ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଅଧିକାର ଫେରାଇ ଦେଇଛି ବିଜେପି ସରକାର
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ସଙ୍କଳ୍ପ କରିଥିଲା ଦଳ ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବ। ଏବେ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ନିର୍ବାଚନ ସରିଛି। ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଛା। ଆଶା କରୁଛୁ ଛାତ୍ର ପ୍ରତିନିଧିମାନେ
ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଅଧିକାର ଫେରାଇ ଦେଇଛି ବିଜେପି ସରକାର


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ସଙ୍କଳ୍ପ କରିଥିଲା ଦଳ ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବ। ଏବେ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ନିର୍ବାଚନ ସରିଛି। ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଛା। ଆଶା କରୁଛୁ ଛାତ୍ର ପ୍ରତିନିଧିମାନେ ନିଜର ଦାୟିତ୍ୱ ତୁଲାଇବେ। ଏହା ସହ ନିର୍ବାଚନ ରେ ମତଦାନ କରିଥିବା ଛାତ୍ରଛାତ୍ରୀଙ୍କ ଶୁଭେଚ୍ଛା ସହ ଉଜ୍ଜଳ ଭବିଷ୍ୟତ କାମନା କରୁଛୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଂଚିନାରାୟଣ ତ୍ରୀପାଠୀ ।

ସେ କହିଛନ୍ତି ନିର୍ବାଚନ ଫଳ ପ୍ରକାଶିତ ପରେ ସମଗ୍ର ଓଡିଶାରେ ଏବିଭିପିର ବିପୁଳ ବିଜୟ ହୋଇଛି। ସେଥିପାଇଁ ଏବିଭିପିର ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ଅଭିନନ୍ଦନ ଜଣାଉଛୁ। ଛାତ୍ର ମାନେ ଓଡ଼ିଶାର ଭବିଷ୍ୟତ। ତେଣୁ ଏଭଳି ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଧନ୍ୟବାଦ୍ ଜଣାଉଛୁ। ଏବଂ ଛାତ୍ର ସଂସଦ ନିର୍ବାଚନକୁ ନିର୍ବାଚନ ଇସ୍ତାହାରରେ ରଖି ତାକୁ ସଫଳତାର ସହ କରିଥିବାରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଉଛୁ।

ବିଜେପି ପ୍ରତ୍ୟକ୍ଷ ଭାବେ ଛାତ୍ର ସଂସଦ ନିର୍ବାଚନରେ ଭାଗ ନିଏନାହିଁ। ଆଉ କିଛି ମାସ ପରେ ପଂଚାୟତ ନିର୍ବାଚନ ହେବ ଏବଂ ସେଥିରେ ଦଳ କ୍ଲିନ୍ ସୁଇପ କରିବ। କେନ୍ଦ୍ରରେ ମୋଦୀ ଆଉ ରାଜ୍ୟରେ ମୋହନ ସରକାର ଯୁବକ, ଗ୍ରାମାଂଚଳର ବିକାଶ , ସହରାଂଚଳ ବିକାଶ ଏବଂ ମହିଳା କଲ୍ୟାଣ କାମ ପାଇଁ ମାତୃଶକ୍ତିର ଆଶୀର୍ବାଦ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande