ତରଭା ଏନ୍ ଏ ସି କାଉନସିଲର ଗୁଲାପି ବର୍ମାଙ୍କ ପରଲୋକ
ସୁବର୍ଣପୁର, ୧୬ ଅକ୍ଟୋବର (ହି.ସ.)- ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ. ୩ର କାଉନସିଲର ଗୋଲାପି ବର୍ମା (୭୨)ଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି | ସେ କ୍ୟାନସରରେ ପୀଡିତ ହୋଇ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଘରକୁ ନେଇ ଯିବାକୁ ପରା
ତରଭା ଏନ୍ ଏ ସି କାଉନସିଲର ଗୁଲାପି ବର୍ମାଙ୍କ ପରଲୋକ


ତରଭା ଏନ୍ ଏ ସି କାଉନସିଲର ଗୁଲାପି ବର୍ମାଙ୍କ ପରଲୋକ


ସୁବର୍ଣପୁର, ୧୬ ଅକ୍ଟୋବର (ହି.ସ.)- ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ. ୩ର କାଉନସିଲର ଗୋଲାପି ବର୍ମା (୭୨)ଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି | ସେ କ୍ୟାନସରରେ ପୀଡିତ ହୋଇ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଘରକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ମଙ୍ଗଳବାର ତାଙ୍କୁ ତାଙ୍କର ଭଣ୍ଡାରୀ ପଡ଼ା ବାସଗୃହକୁ ଅଣା ଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ରମେଶ, ବଡ଼ପୁଅ ବଜରଙ୍ଗ, ସାନପୁଅ ଭୋଳା, ପୁତ୍ରବଧୁ ଆରତୀ, ଆରତୀ ନାଏକ, ଝିଅ ରୀନା, ରେଖାଙ୍କ ସମେତ ନାତୁଣୀନାତି ଉପସ୍ଥିତ ଥିଲେ। ଗୋଲାପି ୧୯୯୨ରୁ ୧୯୯୫ ଓ୨୦୨୨ ରୁ ୨୦୨୬ ପର୍ଯ୍ୟନ୍ତ ତରଭା ଏନଏସି ସବୁ ୱାର୍ଡ ରେ ବିଜୁ ଜନତା ଦଳ ଜିତି ଥିଲା ବେଳେ ଏକମାତ୍ର ସ୍ୱାଧୀନ ପ୍ରାର୍ଥୀ ରୂପେ ୱାର୍ଡ ନଂ. ୩ରୁ ସେ ବିଜୟ ଲାଭ କରିଥିଲେ।

ତାଙ୍କର ପରଲୋକ ଖବର ପ୍ରଚାରିତ ହେବାପରେ ଏନ ଏସି ଅଧ୍ଯକ୍ଷା ବନ୍ଦିତା ନାଏକ, ଉପାଧ୍ଯକ୍ଷ ଗଗନ ଅଗ୍ରୱାଲ, କାଉନସିଲର ଅଞ୍ଜନା ସାହୁ, ସୁଜାତା ରଥ, ନମିତା ମହାନ୍ତି, ପୂର୍ବତନ ନଗରପାଳ ଆଦିକନ୍ଦ ପାଣିଗ୍ରାହୀ, ଶୈଳେନ୍ଦ୍ର କୁମାର ସାହୁ, ବିଜେଡି ନେତା ସୁଭାସ ଚନ୍ଦ୍ର ସେଠୀ, ମାରୱାଡି ସମାଜର ସଭାପତି ମାଙ୍ଗେଲାଲ ଅଗ୍ରୱାଲ ଓ ସମାଜର ବନ୍ଧୁ ବାନ୍ଧବଙ୍କ ସମେତ ବହୁ ବ୍ୟକ୍ତି ତାଙ୍କର ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ଶ୍ମଶାନରେ ବଡ଼ପୁଅ ବଜରଙ୍ଗ ମୁଖାଗ୍ନି ପ୍ରଦାନ କରିଥିଲେ । ଗୋଲାପିଙ୍କ ପରଲୋକ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ରବିବାର ୨୫ ତାରିଖ ଦିନ ମାରୱାଡି ପଞ୍ଚାୟତ ଧର୍ମଶାଳା ତରଭା ଠାରେ ତାଙ୍କର ଗଙ୍ଗା ପ୍ରସାଦ ଓ ଶ୍ରଦ୍ଧାଞ୍ଜଳି ସଭା ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande