ବିଶ୍ୱ ଖାଦ୍ୟ ଦିବସରେ ପ୍ରକୃତି ମାତା ଓ ଅନ୍ନଦାତାଙ୍କ ପ୍ରତି କୃତଜ୍ଞତା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ବିଶ୍ୱ ଖାଦ୍ୟ ଦିବସ ଅବସରରେ ପ୍ରକୃତି ମାତା ଓ ଅନ୍ନଦାତାଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ଜଣାଇଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ଜୀବଜଗତକୁ ଖାଦ୍ୟ ଯୋଗାଉଥିବା ପ
yhkgyu


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ବିଶ୍ୱ ଖାଦ୍ୟ ଦିବସ ଅବସରରେ ପ୍ରକୃତି ମାତା ଓ ଅନ୍ନଦାତାଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ଜଣାଇଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।

ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ଜୀବଜଗତକୁ ଖାଦ୍ୟ ଯୋଗାଉଥିବା ପ୍ରକୃତି ମାତାଙ୍କଠାରୁ ଆରମ୍ଭ କରି ଖାଦ୍ୟ ଉତ୍ପାଦନ କରୁଥିବା ଚାଷୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅବଦାନ ଅତୁଳନୀୟ। ଏହି ଅବସରରେ ସେ ସମସ୍ତଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଛନ୍ତି।

ଏଥିସହ ସମସ୍ତେ ଶୁଦ୍ଧ, ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ପ୍ରସ୍ତୁତି ଏବଂ ଖାଦ୍ୟ ଅପଚୟ ରୋକିବା ଦିଗରେ ସାମୂହିକ ଭାବେ ସଂକଳ୍ପବଦ୍ଧ ହେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande