
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ରାଜଧାନୀରେ ପୁଣି ହିଟ ଆଣ୍ଡ ରନ୍ ଘଟିଛି। ନୟାପଲ୍ଲୀ ଅଂଚଳରେ ଘଟିଥିବା ଏହି ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍ ଭାଇରାଲ ହୋଇଛି। ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ୫୦ ବର୍ଷୀୟ ଲୋକ ଗୁରୁତର ହୋଇଛନ୍ତି । ବ୍ୟକ୍ତି ଜଣକ ମିଠା କିଣି ରାସ୍ତା ପାର୍ ହେଉଥିବା ବେଳେ ଏକ କଳା ରଙ୍ଗର ଏସୟୁଭି ଧକ୍କା କରି ଫେରାର ହୋଇଯାଇଥିଲା। ଗୁରୁତର ଆହତ ବ୍ୟକ୍ତି ହେଲେ ଭରତପୁର୍ ସାଂପୁର ଅଂଚଳର ବିଭୁତି ଭୂଷଣ ଚଇନି । ଏକ ଘରୋଇ ହସ୍ପିଟାଲରେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ବିଭୁତି। ତେବେ ସିସିଟିଭି ଯାଂଚ ସହ ତଦନ୍ତକୁ ବ୍ୟାପକ କରିଛି ନୟାପଲ୍ଲୀ ଥାନା ପୋଲିସ। ଅନ୍ୟପକ୍ଷରେ ଗୋଟିଏ ପରେ ଗୋଟିଏ ମର୍ମନ୍ତୁଦ ଦୁର୍ଘଟଣା ପୋଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା