କୃଷକ କଲ୍ୟାଣ ମଂଚ ତରଫରୁ ୧୨ ଦଫା ଦାବି ପତ୍ର ପ୍ରଦାନ
ଜୟପୁର, ୧୬ ଅକ୍ଟୋବର(ହି.ସ.) – କୋରାପୁଟ କୃଷକ କଲ୍ୟାଣ ମଂଚ ତରଫରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ମଂଚର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଚାଷୀମାନେ ଏକତ୍ରିତ ହୋଇ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ଦାବିପତ୍ର ପ୍ରଦା
କୃଷକ କଲ୍ୟାଣ ମଞ୍ଚ ତରଫରୁ ୧୨ ଦଫା ଦାବି ପତ୍ର ପ୍ରଦାନ


ଜୟପୁର, ୧୬ ଅକ୍ଟୋବର(ହି.ସ.) – କୋରାପୁଟ କୃଷକ କଲ୍ୟାଣ ମଂଚ ତରଫରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ମଂଚର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଚାଷୀମାନେ ଏକତ୍ରିତ ହୋଇ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସେପ୍ଟେମ୍ବର ମାସ ୨୩,୨୪ ଓ ୨୫ ତାରିଖରେ କ୍ରମାଗତ ବର୍ଷା ଏବଂ ଇନ୍ଦ୍ରାବତୀ, ମୁରାନ ଜଳଭଣ୍ଡାରରୁ ଜଳ ଛଡ଼ାଯିବାରୁ କୋରାପୁଟ ଜିଲା କୋଟପାଡ଼ ବ୍ଲକର ବହୁ ଗ୍ରାମ ପଂଚାୟତରେ ବନ୍ୟା ଜଳ ପ୍ରଭାବିତ ହୋଇ ବ୍ୟାପକ ଫସଲ ନଷ୍ଟ ହେବା ସହିତ ଘର ଭାଙ୍ଗି ବିପୁଳ ପିରମାଣରେ କ୍ଷତି ହୋଇଛି। ଚଳିତ ବର୍ଷ କୋଟପାଡ଼ ଅଂଚଳ ବନ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କ ଯେତିକି କ୍ଷତି ସେତିକି ଭରଣା କରାଯାଉ, ରିଲିଫ କୋଢର ସଂଶୋଧନ କରାଯାଉ, ଉତ୍ପାଦନର ମୂଲ୍ୟାଙ୍କନ କରାଯାଇ କ୍ଷତି ପୁରଣ ଦିଆଯାଉ, ସମ୍ପୁର୍ଣ୍ଣ କୃଷୀ ଋଣ ଛାଡ଼ କରିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ନୂତନ ଦୀର୍ଘ ମିଆଦି ଋଣ ପ୍ରଦାନ କରାଯାଉ, ରବି ଋତୁରେ କୋଟପାଡ଼ ବ୍ଲକର ସମସ୍ତ ଅଂଚଳ କୋଲାବ ଜଳ ସେଚନ ପ୍ରକଳ୍ପ ଦ୍ୱାରା ଜଳ ଯୋଗାଇ ଦିଆଯାଉ, ବକେୟା ବିଦ୍ୟୁତ ବିଲ, ଜଳ କର ଛାଡ଼ କରିବା ସହିତ କ୍ଷତି ଗ୍ରସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ଯୁଦ୍ଧ କାଳିନ ଭିତିରେ ମରାମତି କରାଯାଉ, ଯେଉଁ ଚାଷୀଙ୍କ ଧାନ ଫସଲ ବନ୍ୟା ଦାଉରୁ ବଂଚିତ ହୋଇଯାଇଛି ସେହି ଚାଷୀମାନଙ୍କର ଧାନ ବିକ୍ରୟ କରିବାକୁ ସୁଯୋଗ ଦିଆଯାଉ, ସମ୍ପୁର୍ଣ୍ଣ କୋଟପାଡ଼ ବ୍ଲକ ଅଂଚଳକୁ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ଘୋଷଣା କରାଯାଉ, ପଶୁ ସମ୍ପଦର ସୁରକ୍ଷା ପାଇଁ ଆବଶ୍ୟକ ପଶୁ ଖାଦ୍ୟ ଯୋଗାଇ ଦିଆଯାଉ, ଘର ଭାଙ୍ଗି ଯାଇଥିବା କ୍ଷତିଗ୍ରସ୍ତ ପରିବାରମାନଙ୍କୁ ତୁରନ୍ତ ସାହାଯ୍ୟ ପ୍ରଦାନ କରିବା ସହିତ ଆବାସ ଯୋଜନାରେ ସାମିଲ କରି ନୁତନ ଗୃହ ପ୍ରଦାନ କରାଯାଉ, ଇନ୍ଦ୍ରବତୀ ଏବଂ ମୁରାନ ଜଳ ଭଣ୍ଡାର ପାଣି ଯୋଗୁଁ କୋଟପାଡ଼ ଅଂଚଳବାସୀ କ୍ଷତିଗ୍ରସ୍ତ ହୋଇଥିବାରୁ ଇନ୍ଦ୍ରାବତୀ କର୍ତୃପକ୍ଷ ଏବଂ ଏଚ୍ପିସି ମୁଖ୍ୟଙ୍କ ନାମରେ ମାମଲା ରୁଜୁ କରାଯାଇ କ୍ଷତି ଗ୍ରସ୍ତ ସମସ୍ତ ଅର୍ଥ ଆଦାୟ କରାଯାଉ, ସମସ୍ତ ଚାଷୀ ପରିବାରଙ୍କୁ ଘରବାରୀ ପଟ୍ଟା ପ୍ରଦାନ କରାଯାଉ ଆଦି ଦାବି ରହିଛି। ଦାବିପତ୍ର ପ୍ରଦାନ ସମୟରେ ଚାଷୀ ତ୍ରିନାଥ ବିଷୋୟୀ, କେ.ଶ୍ରୀନିବାସ ରାଓ, ସଞ୍ଜୟ ବେହେରା, ଟୁଲୁ ମଲ୍ଲିକ, ସନ୍ତୋଷ ଚାଲକି, ହେମଧର ମାଝୀ, ବିଜୟ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande