
ଭୁବନେଶ୍ବର, 16 ଅକ୍ଟୋବର (ହି.ସ.) -ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି 80 ବର୍ଷରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସକାଳୁ ନବୀନ ନିବାସ ରେ ଭିଡ଼ ଲାଗି ରହିଥିଲା। ବିଜୁ ଜନତା ଦଳ ର ସାଂସଦ , ବିଧାୟକଙ୍କ ସମେତ ବିଜୁ ଜନତା ଦଳ ର ନେତା ଓ କର୍ମୀ ମାନଙ୍କ ସମେତ ବିଭିନ୍ନ ବର୍ଗ ର ଜନସାଧାରଣ ନବୀନ ପଟ୍ଟନାୟକ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।
ସନ୍ଧ୍ୟା ରେ ଛାତ୍ର ସଂସଦ ନିର୍ବାଚନ ଜିତିଥିବା ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ମାନେ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜନ୍ମ ଦିନର ଶୁଭେଛା ଜଣାଇଥିଲେ । ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ରିୟଲ ଜେନ୍ ଜି ଭାବରେ ସମ୍ବୋଧିତ କରି ଭଲ କାମ ଜାରି ରଖିବାକୁ ଆଶୀର୍ବାଦ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା