ଘର ଭଡ଼ା ବକେୟା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଘର ଖାଲି ପ୍ରକ୍ରିୟା ଆରମ୍ଭ
ଜୟପୁର, ୧୬ ଅକ୍ଟୋବର(ହି.ସ.) – ଦୀର୍ଘ ବର୍ଷ ଧରି ଭଡ଼ା ଦେଉ ନ ଥିବା ସହ ଘର ଖାଲି ନ କରିବା ଅଭିଯୋଗରେ ଜୟପୁରରେ ପୋଲିସ ପକ୍ଷରୁ ଜଣେ ଭଡ଼ାଟିଆଙ୍କୁ ନୋଟିସ୍ ଜାରି କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଜୟପୁର ଟାଉନ୍ ଥାନା ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ଏହି ନୋଟ
ଘର ଭଡ଼ା ବକେୟା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଘର ଖାଲି ପ୍ରକ୍ରିୟା ଆରମ୍ଭ


ଜୟପୁର, ୧୬ ଅକ୍ଟୋବର(ହି.ସ.) – ଦୀର୍ଘ ବର୍ଷ ଧରି ଭଡ଼ା ଦେଉ ନ ଥିବା ସହ ଘର ଖାଲି ନ କରିବା ଅଭିଯୋଗରେ ଜୟପୁରରେ ପୋଲିସ ପକ୍ଷରୁ ଜଣେ ଭଡ଼ାଟିଆଙ୍କୁ ନୋଟିସ୍ ଜାରି କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଜୟପୁର ଟାଉନ୍ ଥାନା ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ଏହି ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ଖ୍ରୀଷ୍ଟିଆନପେଟା ନିବାସୀ କିରଣ କୁମାର ପଣ୍ଡାଙ୍କ ପୈତୃକ ସମ୍ପତିରେ ଥିବା ଏକ ଘରେ ରେବତୀ ରାମ ଖୋରା ୨୦୧୭ ମସିହାରୁ ଭଡ଼ାରେ ରହି ଆସୁଥିଲେ। ଉକ୍ତ ସମ୍ପତି ଜଗଧାତ୍ରୀପୁର ମୌଜାର ଖାତା ନଂ. ୧୪୫୧/୧୬୯୩ ଓ ପ୍ଲଟ୍ ନଂ ୩୦୫/୧୯୧୯ ଅନ୍ତର୍ଗତ। ଏହାର ପରିସୀମା ୦.୦୭୬ ବୋଲି ଦସ୍ତାବିଜରେ ଉଲ୍ଲେଖ ରହିଛି। ଅଭିଯୋଗ ଅନୁସାରେ, ରେବତୀ ରାମ ଖୋରା ଦୀର୍ଘ ଦିନ ଧରି ଘର ଭଡ଼ା ପୈଠ କରୁନଥିବା ସହ ଘରଟି ଖାଲି କରୁନାହାନ୍ତି। ଏଥିସହ ଉକ୍ତ ଘରେ ରହିବା ସମ୍ପର୍କରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ପ୍ରମାଣପତ୍ର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରି ନଥିବା ଅଭିଯୋଗ ହୋଇଛି। ଏହି ବିବାଦକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ କ୍ରିମିନାଲ୍ ମିସ୍ଲେନିୟସ୍ ପିଟିସନ୍ ନଂ. ୯୦୮/୨୬ ଦାଖଲ ହୋଇଥିଲା। ୨୦୨୬ ଜୁନ ୬ର ମାମଲା ସମ୍ପର୍କିତ ନିର୍ଦ୍ଦେଶ ପରେ ଜୟପୁର ଟାଉନ୍ ଥାନା ପକ୍ଷରୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ପୋଲିସ ପକ୍ଷରୁ ଅକ୍ଟୋବର ୪ ତାରିଖରେ ଡିଆର୍ ନଂ. ୨୩୭୪/ପିଏସ୍ ମାଧ୍ୟମରେ ନୋଟିସ୍ ଜାରି କରାଯାଇ ଅକ୍ଟୋବର ୧୨ ତାରିଖ ସୁଦ୍ଧା ଉକ୍ତ ଘର ଖାଲି କରିବାକୁ ରେବତୀ ରାମ ଖୋରାଙ୍କୁ କୁହାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ଖାଲି ନ କଲେ ଆଇନ ଅନୁଯାୟୀ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ପକ୍ଷରୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ସେ ନିର୍ଦ୍ଦିଷ୍ଟ ସମୟରେ ଘର ଖାଲି ନକରିବା ହେତୁ ଶୁକ୍ରବାର ମାଜିଷ୍ଟ୍ରେଟ୍ ତଥା ତହସିଲଦାର ସବ୍ୟସାଚ୍ଚୀ ଜେନାଙ୍କ ଉପସ୍ଥିତି ଏବଂ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍ ଥାନା ପୋଲିସ ଙ୍କ ଉପସ୍ଥିତିରେ ଘର ଖାଲି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ବର୍ତମାନ ରେବତୀ ରାମ ଖୋରା ଘର ଛାଡ଼ିବାକୁ ନାରାଜ ଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande