
ମାଲକାନଗିରି , ୧୭ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡ୍ରୁକୁଣ୍ଡା ବଜାର ଦୁର୍ଗା ମଣ୍ଡପ ନିକଟରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୮ ଲିଟର ବିଦେଶୀ ମଦ ଜବତ କରାଯାଇଛି।
ଏହି ଘଟଣାରେ ଉଣ୍ଡ୍ରୁକୁଣ୍ଡା ଗ୍ରାମର ରାମପୂଜନ ଯାଦବଙ୍କ ପୁଅ ପିଣ୍ଟୁ କୁମାର ଯାଦବ (୨୪)ଙ୍କୁ ଅଟକ ରଖାଯାଇଛି। ଏନେଇ ଅବକାରୀ ମାମଲା ନଂ ୨୫୮/୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ପାର୍ବଣ ଋତୁରେ ବେଆଇନ ଭାବେ ଗଞ୍ଜେଇ ଓ ମଦ ବିକ୍ରି ରୋକିବା ପାଇଁ ଆଗାମୀ ଦିନରେ ନିୟମିତ ଚଢ଼ାଉ କରାଯିବ ବୋଲି ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ଙ୍କ ପକ୍ଷରୁ ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ