
ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଓଡ଼ିଆ ଭଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅବସର ରେ ଭଦ୍ରକର ରାନ୍ଦିଆ କୋରଂଟସ୍ଥିତ ବିମଳା ନାଟ୍ୟ ସଂସଦ ଦ୍ୱାରା ଅଭିନୀତ ପଥ ପ୍ରାନ୍ତ ନାଟକ ନମୋ ସେବା ଗାଥା ' ଜିଲ୍ଲା ର ଛଅ ଗୋଟି ବ୍ଲକ ରେବନ୍ତ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ, ତିହିଡି, ସମୂହରେ ୧୯ ଗୋଟି ପଂଚୟତରେ ଅଭିନୀତ କରାଯାଇଅଛି । ଗୌରାଙ୍ଗ, ବିଜୟ, ନିର୍ମଳ ଅଭିମନ୍ୟୁ, ସନ୍ତୋଷ, ଆଶିଷ, ମିନତୀ, ସନ୍ଧ୍ୟା ରାଣୀ, ସସ୍ମିତା ଚାନ୍ଦିନୀ, ସଂଗୀତ ରାଜ କୁମାର, ଭୁବନେଶ୍ୱର ଅଭିନୟ କରିଥିଲେ। କଣ୍ଠଦାନ ସୁରେନ୍ଦ୍ର କରିଥିବାବେଳେ ନାଟକ ଟିକୁ ନିର୍ଦେଶନା ଦେଇଥିଲେ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ଗୌରାଙ୍ଗ ଚନ୍ଦ୍ର ବାରିକ । ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା ବିଶେଷ କୃତଜ୍ଞତା ଜ୍ଞାପନ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ