ଓଡ଼ିଶାର ଆଇଟିଆଇ କ୍ଲଷ୍ଟର ପାଇଁ ୨୪୦.୫୦ କୋଟି ମଞ୍ଜୁର , ମୋଦିଙ୍କୁ ଧନ୍ୟବାଦ ଦେଲା ବିଜେପି
ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ.)- ଓଡ଼ିଶାର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ପିଏମ୍ ସେତୁ ଯୋଜନା ଅଧୀନରେ କଟକ ଆଇଟିଆଇ କ୍ଲଷ୍ଟରର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୪୦.୫୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ଟା
ଓଡ଼ିଶାର ଆଇଟିଆଇ କ୍ଲଷ୍ଟର ପାଇଁ ୨୪୦.୫୦ କୋଟି ମଞ୍ଜୁର , ମୋଦିଙ୍କୁ ଧନ୍ୟବାଦ ଦେଲା ବିଜେପି


ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ.)- ଓଡ଼ିଶାର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ପିଏମ୍ ସେତୁ ଯୋଜନା ଅଧୀନରେ କଟକ ଆଇଟିଆଇ କ୍ଲଷ୍ଟରର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୪୦.୫୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ କାର୍ଯ୍ୟକାରୀ ହେବ।

ଏହି ନିଷ୍ପତି ପାଇଁ ବିଜେପି ଓଡ଼ିଶା ପ୍ରଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି। ବିଜେପି ଶିଳ୍ପ ପ୍ରକୋଷ୍ଠର ସଂଯୋଜକ ତଥା ରାଜ୍ୟ ମୁଖପାତ୍ର ଡ. ତପନ କୁମାର ଚାନ୍ଦ, ମୁଖପାତ୍ର ତେଜେଶ୍ୱର ପରିଡ଼ା ଓ ସତ୍ୟବ୍ରତ ପଣ୍ଡା ଏକ ମିଳିତ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଯୁବପିଢ଼ିଙ୍କ ଦକ୍ଷତା ବିକାଶ ବିଜେପିର ପ୍ରାଥମିକତା।

ଏହି ପ୍ରକଳ୍ପରେ ସରକାରୀ ଆଇଟିଆଇ, କଟକ ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଚୌଦ୍ୱାର, ପାରାଦୀପ, ଯାଜପୁର ଓ ଢେଙ୍କାନାଳ ସରକାରୀ ଆଇଟିଆଇ ସହଯୋଗୀ କେନ୍ଦ୍ର ହେବ। ଏହା ମାଧ୍ୟମରେ ଶିଳ୍ପ ୪.୦, ରୋବୋଟିକ୍ସ, କୃତ୍ରିମ ବୁଦ୍ଧିମତା, ସବୁଜ ଶକ୍ତି, ଇଲେକ୍ଟ୍ରିକ୍ ଯାନ ଓ ଡିଜିଟାଲ୍ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଆଧୁନିକ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣକୁ ଶିଳ୍ପର ଆବଶ୍ୟକତା ଓ ନିଯୁକ୍ତି ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ।

ଏଥିସହ ରାଜ୍ୟ କ୍ୟାବିନେଟ୍ ଅନୁମୋଦିତ ଦକ୍ଷତା ବିକାଶ ଯୋଜନାରେ ୪୫୦ କୋଟି ଟଙ୍କା ବ୍ୟୟରେ ୪ ଲକ୍ଷ ୨୦ ହଜାର ଯୁବକଯୁବତୀଙ୍କୁ ଶିଳ୍ପ ଉପଯୋଗୀ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି। ଏଥିରେ ୩ ଲକ୍ଷ ଯୁବକଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ଯୋଜନା ରହିଛି।

ଏହି ପଦକ୍ଷେପଗୁଡ଼ିକ ଓଡ଼ିଶାର ଯୁବପିଢ଼ିଙ୍କ ନିଯୁକ୍ତି ଯୋଗ୍ୟତା ବଢ଼ାଇବା ସହ ଦେଶ ଓ ବିଦେଶରେ ନିଯୁକ୍ତି ଏବଂ ଉଦ୍ୟମିତାର ସୁଯୋଗ ସୃଷ୍ଟି କରିବ ବୋଲି ବିଜେପି ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande