ଭୋଜପୁର : ସୋନ ନଦୀରେ ବୁଡ଼ି ତିନି ଶିଶୁଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ
ପାଟନା, ୧୭ ଅକ୍ଟୋବର (ହି.ସ.)- ବିହାରର ଭୋଜପୁର ଜିଲ୍ଲାରେ ଶନିବାର ଏକ ଦୁଃଖଦ ଦୁର୍ଘଟଣାରେ ସୋନ ନଦୀରେ ବୁଡ଼ି ତିନି ଶିଶୁଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସନ୍ଦେଶ ଥାନା ଅଂଚଳର ତୀର୍ଥକୌଲ ଗାଁ ନିକଟରେ ଘଟିଛି। ମୃତକଙ୍କ ମଧ୍ୟରେ ତିନି ଜଣ ନାବାଳକ ଶିଶୁ ଏବଂ ଜଣେ ୨୫ ବର୍ଷୀୟ ଯୁବକ ସ
ଭୋଜପୁର : ସୋନ ନଦୀରେ ବୁଡ଼ି ତିନି ଶିଶୁଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ


ପାଟନା, ୧୭ ଅକ୍ଟୋବର (ହି.ସ.)- ବିହାରର ଭୋଜପୁର ଜିଲ୍ଲାରେ ଶନିବାର ଏକ ଦୁଃଖଦ ଦୁର୍ଘଟଣାରେ ସୋନ ନଦୀରେ ବୁଡ଼ି ତିନି ଶିଶୁଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସନ୍ଦେଶ ଥାନା ଅଂଚଳର ତୀର୍ଥକୌଲ ଗାଁ ନିକଟରେ ଘଟିଛି। ମୃତକଙ୍କ ମଧ୍ୟରେ ତିନି ଜଣ ନାବାଳକ ଶିଶୁ ଏବଂ ଜଣେ ୨୫ ବର୍ଷୀୟ ଯୁବକ ସାମିଲ ଅଛନ୍ତି। ଦୁର୍ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ପୋଲିସର ସୂଚନା ଅନୁଯାୟୀ, ଗାଁର ସାତ ଜଣ ଶିଶୁ ସୋନ ନଦୀ ଆଡ଼କୁ ଯାଇଥିଲେ। ଗାଧୋଇବା ସମୟରେ ତିନି ଜଣ ଶିଶୁ ଗଭୀର ପାଣିକୁ ଚାଲିଯାଇ ବୁଡ଼ିବାକୁ ଲାଗିଥିଲେ। ସେମାନଙ୍କୁ ବଂଚାଇବା ପାଇଁ ନଦୀକୁ ଓହ୍ଲାଇଥିବା ସୁଧୀର କୁମାର (୨୫) ମଧ୍ୟ ବୁଡ଼ିଯାଇଥିଲେ। ଘଟଣା ପରେ ସେଠାରେ ହୋହଲ୍ଲା ଓ ଆତଙ୍କ ସୃଷ୍ଟି ହୋଇଥିଲା। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ପୋଲିସ-ପ୍ରଶାସନକୁ ସୂଚନା ଦେଇଥିଲେ। ବହୁ ଚେଷ୍ଟା ପରେ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ମୃତକଙ୍କ ପରିଚୟ ତୀର୍ଥକୌଲ ଗାଁର ବାସିନ୍ଦା ଆକାଶ କୁମାର (୧୫), ପିତା ବିନୋଦ ଶର୍ମା, ପ୍ରେମ କୁମାର (୧୦), ପିତା ମିଂଟୁ ଶର୍ମା, ସିଦ୍ଧାନ୍ତ କୁମାର (୧୬) ଏବଂ ସୁଧୀର କୁମାର (୨୫), ପିତା ଅରବିନ୍ଦ ଯାଦବ ଭାବେ ହୋଇଛି।

ସନ୍ଦେଶର ପ୍ରଖଣ୍ଡ ବିକାଶ ଅଧିକାରୀ (ବିଡିଓ) ବିନେଶ କୁମାର ଏବଂ ଥାନାଧ୍ୟକ୍ଷ ସଞ୍ଜୀବ କୁମାର ଏହି ଘଟଣାର ପୁଷ୍ଟି କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଆରା ସଦର ହସ୍ପିଟାଲକୁ ପଠାଇବାର ପ୍ରକ୍ରିୟା ଚାଲିଛି।

ଥାନାଧ୍ୟକ୍ଷ ସଞ୍ଜୀବ କୁମାର କହିଛନ୍ତି ଯେ ସୋନ ନଦୀରେ ବୁଡ଼ି ଚାରି ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ମାମଲାରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ନିୟମ ଅନୁଯାୟୀ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

--------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande